କେବେ ସମ୍ପୂର୍ଣ୍ଣ ହେବ ଦତ୍ତପୁର ସେତୁ ?
*ଠିକାଦାର ପ୍ରିତୀ ରେ ପୂର୍ତ୍ତ ବିଭାଗ
*ଦୁଇ ଦୁଇଥର ଅବଧି ସରିଲାଣି କିନ୍ତୁ ସରୁନି କାମ
*ବ୍ୟୟ ଅଟକଳ ଥର କୁ ଥର ବୃଦ୍ଧି ହୋଇଛି
ତା-୮/୪/୨୬
ଦଶରଥପୁର
ରିପୋର୍ଟର- ମାନସ କୁମାର ସାହୁ
ସରକାର ବଦଳିଲା କିନ୍ତୁ ବଦଳି ନାହିଁ ଜନସାଧାରଣଙ୍କ ଅବସ୍ଥା.ଶିଳାନ୍ୟାସ ହେବାର ଦୀର୍ଘ ସାତ ବର୍ଷ ବିତିଲାଣି କିନ୍ତୁ ସରୁ ନାହିଁ ସେତୁ ର ନିର୍ମାଣ କାର୍ଯ୍ୟ. ଦୁଇଥର ଅବଧି ସରିଲାଣି କିନ୍ତୁ ସଂପୂର୍ଣ୍ଣ ହେଉନି ସେତୁ. ବର୍ଷ ପରେ ବର୍ଷ ବିତିଲାଣି ହେଲେ ସରିବାର ନାଁ ଧରୁନି ସେତୁ କାର୍ଯ୍ୟ. କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରୁ ନାହିଁ. ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ ବୈତରଣୀ ନଦୀ ଉପରେ ନିର୍ମିତ ଦତ୍ତପୁର ସେତୁ. ପ୍ରକାଶ ଥାଉ କି ଉକ୍ତ ସେତୁ ନିର୍ମାଣ ହେଲେ ଯାଜପୁର ଜିଲ୍ଲା ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଯୋଗାଯୋଗ ସହଜ ହେବା ସହିତ ବ୍ୟବସାୟିକ କାରବାର ମଧ୍ୟ ବୃଦ୍ଧି ପାଇବ ସେହି ଲକ୍ଷ୍ୟ ନେଇ ୨୦୧୯ ମସିହା ଫେବୃୟାରୀ ୧୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ. ଯାହା ଆଜିଯାଏଁ କାର୍ଯ୍ୟ ସରିବାକୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ସେହିଭଳି ତତ୍ପରତା ଦେଖିବାକୁ ମିଳୁ ନାହିଁ. ସେତୁର ମୂଲ୍ୟ ଦୁଇଗୁଣା ବୃଦ୍ଧି କରାଗଲାଣି ହେଲେ କାର୍ଯ୍ୟ ସରୁନଥିବାରୁ ଜନସାଧାରଣଙ୍କ ଦୁର୍ଦ୍ଦଶା କହିଲେ ନସରେ. ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ପୁରୁଣା ଠିକାଦାର ପ୍ରିତି ରେ ପୂର୍ତ୍ତ ବିଭାଗ. ପାଣିରେ ପଡ଼ିଛି ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ସେତୁ . ଲୋକେ ସୁବିଧା ପାଇବେ କଣ ବର୍ଷକ ବାରମାସ ବୁଟୁବୁଟି, ଡଙ୍ଗା ଓ ବାଉଁଶ ରେ ନିର୍ମିତ ଅସ୍ଥାୟୀ ପୋଲ ଦ୍ୱାରା ଜୀବନ କୁ ବାଜି ଲଗାଇ ନଈ ପାରି ହେଉଛନ୍ତି. ୨୦୧୯ ମସିହାରେ ଦତ୍ତପୁର ବାଉଁଶ ପୋଲ ବ୍ୟବହାର ବନ୍ଦ କରିବାକୁ ନିର୍ମାଣଧୀନ ସେତୁ ଆଜି ବି ସରିଲା ନାହିଁ. କେବେ ପୂର୍ଣ୍ଣାଙ୍ଗ ହେବ ଦତ୍ତପୁର ବାସୀ ଙ୍କ ସ୍ୱପ୍ନ ର ବୈତରଣୀ ସେତୁ ଅପେକ୍ଷାରେ ଅଞ୍ଚଳବାସୀ ?
