ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସେଥି ମଧ୍ୟରୁ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଛାପ ମାରିବେ ଏବେ ୧,୮୮,୦୩୨ ଭେଟର
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଆଇଆର)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶିତ ହେଇଅଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭୋଟର୍ ତାଲିକା ପ୍ରକାଶନର ସ୍ୱତନ୍ତ୍ର ବୈଠକରେସମସ୍ତ ବିଧାନସଭା କ୍ଷେତ୍ର ର ତାଲିକା ପ୍ରକାଶିତ ହେଇଅଛି ସେଥିମଧ୍ୟରୁ ରୁ 32 ନ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ପ୍ରକାଶ କରାଯାଇଛି
୩୨-ବଡ଼ସାହିରେ ୯୪,୩୫୩ ପୁରୁଷ🧔
୯୩,୬୫୦ ମହିଳା 🧑🦰
୨୯ ତୃତୀୟ ଲିଙ୍ଗୀଙ୍କୁ ମିଶାଇ ୧,୮୮,୦୩୨ ନୂଆ ପ୍ରତିନିଧି ନିର୍ବାଚନପାଇଁ ଭେଟର ପ୍ରସ୍ତୁତ ଅଛନ୍ତି
ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଜିଲ୍ଲାପାଳ ହେମକାନ୍ତ ସୟ କହିଥିଲେ ଯେ, ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ନିର୍ବାଚକ ତାଲିକାରେ ସାମିଲ କରିବା ସହ ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ନିର୍ଦ୍ଧାରିତ ପ୍ରକ୍ରିୟାରେ ବାଦ ଦେଇ ତାଲିକାକୁ ବାଦ ରଖାଯାଉଛି । ଯଦି କାହାର ଚୂଡ଼ାନ୍ତ ତାଲିକାରେ ନାମ ନଥିବା କିମ୍ବା ତଥ୍ୟରେ ସଂଶୋଧନ ଆବଶ୍ୟକ ଥିବା ଯୋଗ୍ୟ ନାଗରିକମାନେ କାର୍ଯଲୟ କୁ ଯାଇ ସୁଯୋଗରେ ନାମ ପଞ୍ଜୀକରଣ କିମ୍ବା ଆବଶ୍ୟକ ସଂଶୋଧନ କରାଇପାରିବେ ବୋଲି ସେ ମତ ପ୍ରକାଶିତ କରିଥିଲେ ।
