*ଖଡ଼ିଆଳରେ ଅବଧି ଶେଷ ଖାଦ୍ୟ ସାମଗ୍ରୀ ବିକ୍ରି, ନିଦାବିଷ୍ଣୁ ସାଜିଛି ଖାଦ୍ୟ ସୁରକ୍ଷା ବିଭାଗ।*
ନୂଆପଡା (ମିଖାଏଲ ନନ୍ଦ):
ତା-୦୭/୦୭
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅଞ୍ଚଳରେ ଖୋଲାଖୋଲି ଭାବେ ବିକ୍ରି ହେଉଛି ଅବଧି ଶେଷ (Expired) ହୋଇଯାଇଥିବା ଖାଦ୍ୟ ସାମଗ୍ରୀ। ସ୍ଥାନୀୟ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଜୀବନ ସହ ଖେଳ ଖେଳାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ବିଶେଷ କରି ଖାଦ୍ୟ ସୁରକ୍ଷା ବିଭାଗର ଏଥିପ୍ରତି ନିଘା ନଥିବା ଅଭିଯୋଗ ହେଉଛି।ଜନଜୀବନ ସହ ଖେଳଅବଧି ଶେଷ ସାମଗ୍ରୀ ଦୋକାନଗୁଡ଼ିକରେ ମିଳୁଥିବା ପ୍ୟାକେଟ୍ ଜାତୀୟ ଖାଦ୍ୟର ବ୍ୟବହାର ସମୟ ସୀମା ପାର୍ଲି ଗଲାଣି।ଶିଶୁ ସ୍ୱାସ୍ଥ୍ୟ ବିପନ୍ନ କୁରକୁରେ, ବିସ୍କୁଟ, ଚକୋଲେଟ୍ ଭଳି ଜିନିଷ ଖାଇ ଛୋଟ ପିଲାମାନେ ରୋଗାକ୍ରାନ୍ତ ହେଉଛନ୍ତି।ନକଲି ସାମଗ୍ରୀ ବଜାର ନିମ୍ନମାନର ଏବଂ ନକଲି ଖାଦ୍ୟ ସାମଗ୍ରୀ ମଧ୍ୟ ବଜାରରେ ଭରପୂର ରହିଛି।ବିଭାଗୀୟ ଅବହେଳାଚଢ଼ାଉ ଶୂନ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଦୀର୍ଘ ଦିନ ହେବ କୌଣସି ନିୟମିତ ଯାଞ୍ଚ ହେଉନାହିଁ।ଅଭିଯୋଗ ପ୍ରତି ଅଣଦେଖା ସ୍ଥାନୀୟ ଲୋକେ ଏନେଇ ଅସନ୍ତୋଷ ପ୍ରକାଶ କଲେ ମଧ୍ୟ କେହି ଶୁଣୁନାହାନ୍ତି।ମେଲା ଲାଇସେନ୍ସ ବିନା ଯାଞ୍ଚରେ ଅନେକ ବ୍ୟବସାୟୀ ନିଜ କାରବାର ଚଳାଇଛନ୍ତି।ଜନସାଧାରଣଙ୍କ ଦାବିଏହି ବେଆଇନ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜେରୀ ଜ୍ୱର, ପେଟ ରୋଗ ଏବଂ ଖାଦ୍ୟ ବିଷାକ୍ତ ହେବା ଭଳି ଘଟଣା ଘଟିବା ଆଶଙ୍କା ଦେଖାଦେଇଛି। ଜିଲ୍ଲାପାଳ ଏବଂ ସମ୍ପୃକ୍ତ ବିଭାଗ ତୁରନ୍ତ ଖଡ଼ିଆଳର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରି ଦୋଷୀ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
