Slug -ରାସ୍ତା କୁତ୍ରିମ ପୋଖରୀ ପାଲଟିଛି l
Anchor -ମାଲକାନଗିରି, କାଲିମେଳା, ତା -୭/୭/୨୦୨୬,କାଲିମେଳା ବ୍ଲକର ବଦିଲି ପଞ୍ଚାୟତ ଅଧୀନ ୩୨୬ ନମ୍ବର ବିଜୟୱାଡ଼ା ରାଞ୍ଚି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପଟେରୁ ଗ୍ରାମର ପ୍ରୋବେଶ ପଥରେ ପାଣି ଜମି ରହୁଛି l ଫଳରେ ଏହି ରାସ୍ତା ଦେଇ ଯାତାୟାତ କରିଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି l ଉକ୍ତ ଗାଁ ଭିତର ପ୍ରୋବେଶ ପଥ ୩୨୬ ଜାତୀୟ ରାଜପଥ ପାର୍ଶ୍ୱର ସାମ୍ନାସାମନି ରହିଛି l ଏହି ରାସ୍ତାରେ ହୋଇଥିବା ବଡ଼ ବଡ଼ ଗାତରେ ବର୍ଷା ପାଣି ଜମି ରହୁଥିବାରୁ କୃତ୍ରିମ ପୋଖରୀ ସଦୃଶ ଦେଖାଯାଉଛି l ଶୁକ୍ରବାର ଦିନ ଉକ୍ତ ଗ୍ରାମରେ ସାପ୍ତାହିକ ବଜାର ଲାଗୁଥିବା ବେଳେ ଏହି ହାଟରେ ଚାରି ପାଞ୍ଚୟତର ଲୋକମାନେ, ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରୁଥିବାବେଲେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିବାବେଳେ ପ୍ରଶାସନ ପକ୍ଷରୁ ପଥ ମରାମତି କରିବାକୁ ଦାବି ହୋଇଛି l ମାଲକାନଗିରି ଜିଲ୍ଲା ପ୍ରତିନିଧି ମୋତିଲାଲ ରାୟ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର l
