*ନୂଆପଡ଼ା ଜିଲ୍ଲା ରେ ଜାତୀୟ ଜନଗଣନା ୨୦୨୭ ନେଇ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୦୩.
ନୂଆପଡ଼ା ଜିଲ୍ଲା ରେ ଜାତୀୟ ଜନଗଣନା ୨୦୨୭ ନେଇ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଗୋଟିଏ କେନ୍ଦ୍ର ରେ ୫୦ ଜଣ ସୂପର୍ଭାଇଜର ଏବଂ ଇମୁନାଜର ମାନେ ତାଲିମ ଗ୍ରହଣ କରିଛନ୍ତି। ଗତ ୨୪ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଦୁଇ ଜଣ ମାଷ୍ଟର ଟ୍ରେନର ତାଲିମ ପ୍ରଦାନ କରୁଥିବା ବେଳେ ପ୍ରତ୍ୟେକ ଘରକୁ ଘର ଗସ୍ତ କରି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ। ମୁଣ୍ଡ ଉପରେ ଏକ ଛାତ ଥିବା ବ୍ୟକ୍ତି ଙ୍କୁ ଏକ ପରିବାର ଗଣନା କରି ତାଙ୍କ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ। ଜାତୀୟ ଜନଗଣନା -୨୦୨୭ ରେ ପ୍ରଥମ କରି ଜାତି ଭିତ୍ତିକ ଜନ ଗଣନା ମଧ୍ୟହେବ। ତଥ୍ୟ ସଂଗ୍ରହ ପାଇଁ ୧ ରୁ ୩୪ ଗୋଟି ପ୍ରଶ୍ନ ଉଲ୍ଲେଖ ରହିଅଛି। ସବୁ ପ୍ରଶ୍ନ ପୂରଣ କରି ତାଙ୍କ ବ୍ୟାବହାରିକ ସାମଗ୍ରୀ ଗ୍ୟାସ, ଗ୍ୟାସ ଉଜ୍ଜଳ ଯୋଜନା ପାଇଛନ୍ତି କି? ଭଳି ଅନେକ ତଥ୍ୟ ସଂଗ୍ରହ ହେବା ସୂଚନା ଦେଇଛନ୍ତି। ପର୍ଯ୍ୟାୟ କ୍ରମେ ତାଲିମ୍ ପ୍ରଦାନ କରାଯାଉଅଛି।ଖଡିଆଳ ବ୍ଲକ ପାଇଁ ତିନି ଗୋଟି ତାଲିମ୍ କେନ୍ଦ୍ର ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍, ଖଡିଆଳ ସରକାରୀ ବାଳିକା ହାଇସ୍କୁଲ, ଲୋହରାପାଳି ହାଇସ୍କୁଲ ରେ ତାଲିମ୍ ପ୍ରଦାନ କରୁଛନ୍ତି। କେନ୍ଦ୍ର ରେ ୫୦ ଜଣ ଲେଖାଏଁ ସୂପର୍ଭାଇଜର ଏବଂ ଇମୁନାଜର ମାନେ ତାଲିମ ନେଉଛନ୍ତି। ଜିଲ୍ଲାପାଳ ତାଲିମ ତୀକ୍ଷ୍ଣ ନଜରରହିଛି
