*ଓଡ଼ିଶା ଡ୍ରାଇଭର ମହାସଂଘ ଖଡିଆଳ ଶାଖା ପକ୍ଷ ରୁ ଡ୍ରାଇଭର ବିଷ୍ଣୁ ହଂସ ଙ୍କ ମୃତ୍ୟୁ ନେଇ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଦଶାହ ଦିନ ୩୦ ହଜାର ଟଙ୍କା ର ଏକ ଚେକ୍ ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୫.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ଖଡିଆଳ ଶାଖା ପକ୍ଷ ରୁ ଡ୍ରାଇଭର ବିଷ୍ଣୁ ହଂସ ଙ୍କ ମୃତ୍ୟୁ ନେଇ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସମସ୍ତ ଡ୍ରାଇଭର ସଦସ୍ୟ ଏକାଠି ଏକ ଶୋଭାଯାତ୍ରା ରେ ବାହାରି ବିଷ୍ଣୁ ହଂସ ଆମର ରହେ ନାରା ଦେଇ ତାଙ୍କ ଘର ପର୍ଯ୍ୟନ୍ତ ଯାଇଥିଲେ। ତାଙ୍କ କର୍ଯ୍ୟାରେ ଯୋଗ ଦେଇ ତାଙ୍କ ପରିବାରକୁ ଦଶାହ ଦିନ ୩୦ ହଜାର ଟଙ୍କା ର ଏକ ଚେକ୍ ପ୍ରଦାନ କରିଛନ୍ତି। ନିଜ ସହକର୍ମୀ ଭାବରେ ସଂଘ ଉପସ୍ଥିତ ରହି ସମବେଦନା ଜଣାଇବା ସହ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବାରଙ୍କୁ ଶକ୍ତି ଦେବା ପାଇଁ ପ୍ରାର୍ଥନା କରିଥିଲେ। ସେହିପରି ଆମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଦୁଃଖ ସୁଖର ସାଥୀ ଭାବରେ ଏକ ଅନନ୍ୟା ପରମ୍ପରା ସୃଷ୍ଟି କରିଥାଏ ଡ୍ରାଇଭର ମହାସଂଘ। ତାଙ୍କ ସଦସ୍ୟଙ୍କୁ ଅନେକ ପ୍ରକାର ସହାୟତା କରିବ ପାଇଁ ଆଗେଇ ଆସି ସହାୟତା ର ହାତ ବଢ଼ାଇ ଥାଆନ୍ତି। ଏଭଳି ଏକତା ଏବଂ ସହଭାଗୀତା ସ୍ଥାପନ କରିବାରେ ପ୍ରୟାସ ଜାରି ରଖିଛନ୍ତି। ସମସ୍ୟା ସଦସ୍ୟଙ୍କୁ ବିଷ୍ଣୁ ପରିବାର ପକ୍ଷ ରୁ ସାଧୁବାଦ୍ ଦେଇଥିଲେ।
