*ଖଡିଆଳ ଲାଲ ସାହେବ୍ ପଡ଼ା ମୁଖ୍ୟ ସଡ଼କ ଓସାରୀକରଣ କରିବା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ସଡ଼କ ନିର୍ମାଣ ନେଇ ଲାଲ ରଙ୍ଗ ଚିହ୍ନ ପ୍ରଦାନ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୦.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସହର ମଧ୍ୟରେ ଓସାରିଆ ସଡ଼କ ନିର୍ମାଣ ଦ୍ୱାରା ଟ୍ରାଫିକ ସମସ୍ୟା ଦୂରୀଭୂତ ହେବା ସାଙ୍ଗକୁ ସହର ସୌନ୍ଦର୍ଯ୍ୟକରଣ ଅଂଶ ବିଶେଷ ଅଟେ। ତେଣୁ ଖଡିଆଳ ଲାଲ ସାହେବ୍ ପଡ଼ା ମୁଖ୍ୟ ସଡ଼କ ଓସାର କରିବା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ଓସାରିଆ ସଡ଼କ ନିର୍ମାଣ ନେଇ ଲାଲ ରଙ୍ଗ ଚିହ୍ନ ପ୍ରଦାନ କରିଛନ୍ତି। ଏହି ସଡ଼କ ଓସାର ହେବା ପାଇଁ ସରକାରୀ ଜମି ୭୦ କଡି ରୁ ଉର୍ଦ୍ଧ୍ବ ଥିବା ବେଳେ ଅମିନ, ରାଜସ୍ବ ନିରୀକ୍ଷକ ଏବଂ କର୍ମଚାରୀ ମାନେ ଯୋଗ ଦେଇ ସଡ଼କ ନିର୍ମାଣ ହେବା ଜମି କୁ ଲାଲ ରଙ୍ଗ ଦେଇ ଚିହ୍ନଟ କରିଛନ୍ତି। ଅଞ୍ଚଳବାସୀ ମଧ୍ୟ ଏହି ଜମିକୁ ନିଜସ୍ୱ ଉଦ୍ୟମ ରେ ଉଚ୍ଛେଦ କରିବା କୁ ଏନ୍ ଏ ସି ପକ୍ଷ ରୁ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଏବଂ ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଅନୁରୋଧ କରିଛନ୍ତି।
