*ଗ୍ରୀଷ୍ମ ଆଗମନ ପୂର୍ବରୁ ଥଣ୍ଡା ପାନୀୟ ଜଳ ପାଇଁ ବଜାରରେ ନୂଆଁ ମାଠିଆ ଚାହିଦା ବୃଦ୍ଧି, ପ୍ରାଚୀନ ପ୍ରଣାଳୀରେ ଥଣ୍ଡା ଜଳ ପ୍ରକ୍ରିୟା*
ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୩
ଗ୍ରୀଷ୍ମ ଆଗମନ ପୂର୍ବରୁ ଥଣ୍ଡା ପାନୀୟ ଜଳ ପାଇଁ ବଜାରରେ ନୂଆଁ ମାଠିଆ ଚାହିଦା ବୃଦ୍ଧି, ପ୍ରାଚୀନ ପ୍ରଣାଳୀରେ ଥଣ୍ଡା ଜଳ ପ୍ରକ୍ରିୟା ଆଜି ବି ପ୍ରଚଳିତ। ପୂର୍ବ ପୁରୁଷମାନେ ପ୍ରାଚୀନ ପାରମ୍ପରିକ ଜ୍ଞାନ ଯୋଗୁଁ ଗ୍ରୀଷ୍ମ ମାସ ରେ ନୂଆଁ ମାଠିଆ ରେ ଜଳ ରଖିଲେ ଫ୍ରିଜ ଭଳି ଜଳ ଥଣ୍ଡା ହୋଇଥାଏ। ମୁହଁକୁ ମଧ୍ୟ ଥଣ୍ଡା ଜଳ ସହଜରେ ଗ୍ରହଣୀୟ ହୁଏ। ଖଡିଆଳ ସହରରେ ଆଜି ବି ସାପ୍ତାହିକ ବଜାର ବସୁଥିବା ବେଳେ କୁମ୍ଭାର ମାନେ ଏହି ବଜାର ରେ ଆଣିଥିବା ମାଠିଆ, ସୁରେଇ ଏବଂ ମାଟି ଜଳ ରଖିବା ହାଣ୍ଡି ମାନେ ବିକ୍ରି କରିଛନ୍ତି। ଏହାର ମୂଲ୍ୟ ୧୦୦ ଟଙ୍କା ହୋଇଥିବା ବେଳେ ମାଟି ଢାଙ୍କୁଣି ମୂଲ୍ୟ ୨୦ ଟଙ୍କା ରେ ବିକ୍ରି ହେଉଅଛି। ଏହି ନୂତନ ମାଟି ପତ୍ର ରେ ଜଳ ଅନେକ ଦିନ ପର୍ଯ୍ୟନ୍ତ ଥଣ୍ଡା ଲାଗିଥାଏ।
