*ସିନାପାଲିରେ ପଖାଳ ଦିବସ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା: ୨୦.୦୩-
ନୂଆପଡ଼ା ଜିଲ୍ଲା ସିନାପାଲି ଗଙ୍ଗାଧର ସାରସ୍ୱତ ସମିତି ଓ ସାହିତ୍ଯ ଘର ତରଫରୁ ପଖାଳ ଦିବସ ସ୍ଥାନୀୟ ମହଗାଁ ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି ସାହିତ୍ଯ ଘର ସଭାପତି ତଥା ବରିଷ୍ଠ ସାହିତ୍ଯିକ ରବୀନ୍ଦ୍ରନାଥ ଯୋଷୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଗଙ୍ଗାଧର ସାରସ୍ବତ ସମିତିର ସଭାପତି ତଥା ସାହିତ୍ଯଘର ସଂପାଦକ ବୈଷ୍ଣବ ମେହେର, ସ୍ବର ସଙ୍ଗମ କଳା ପରିଷଦ ସଭାପତି ତ୍ରିନାଥ ମେହେର, ସଂଯୋଜକ ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ଗୌତମ ମେହେର, ବିବେକାନନ୍ଦ ଭୋଇ, ଶିବ ପ୍ରସାଦ ମେହେର, କାର୍ତ୍ତିକେଶ୍ବର ବୈଠାରୁ, ପ୍ରେମାନନ୍ଦ ମେହେର, ବାସୁଦେବ ବିଶି, ରଶ୍ମିରଞ୍ଜନ ସା, ସନ୍ତୋଷ ମେହେର, ଗଙ୍ଗେସ ମେହେର ପ୍ରମୁଖ ଯୋଗଦେଇ ପଖାଳ ଦିବସର ମହତ୍ୱ ବିଷୟରେ ଆଲୋଚନା କରିବା ସହ ସମସ୍ତେ ପଖାଳ ଖାଇଥିଲେ ା ସ୍ୱାସ୍ଥ୍ଯ ଓ ସ୍ୱାଦ ପାଇଁ ପଖାଳର ଗୁରୁତ୍ୱ ଯେତିକି ରହିଛି ପାରସ୍ପରିକ ସଂର୍ପକକୁ ସୁଦୄଢ଼ କରିବାରେ ମଧ୍ଯ ଏହାର ମହତ୍ୱପୂର୍ଣ୍ଣ ଭୂମୀକା ରହୁଥିବା ଅଲୋଚନାରେ ମତ ପ୍ରକାଶ ପାଇଥିଲl
