*ବିଶ୍ୱ ପଖାଳ ଦିବସ ରେ ପଖାଳ ପରବ ପାଳିତ, ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳ ବହୁ ମନ୍ତ୍ରୀଙ୍କ ଯୋଗଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୩.
ଓଡ଼ିଶା ର ମହନୀୟ ଖାଦ୍ୟ ସଂସ୍କୃତି, ବହୁ ସମୃଦ୍ଧ ପରମ୍ପରା ଏବଂ ଭବ୍ୟ ଓ ଦିବ୍ୟ ଜଗନ୍ନାଥ ଙ୍କ ସ୍ୱାଦିଷ୍ଟ ବ୍ୟଞ୍ଜନ ନେଇ ବିଶ୍ୱ ଦରବାର ରେ ଓଡ଼ିଶା ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ସେଥିମଧ୍ୟରୁ ପଖାଳ ଅନ୍ୟତମ ଅଟେ। ପ୍ରତ୍ୟେକ ପରିବାର ପ୍ରତ୍ୟେକ ବର୍ଗର ଲୋକଙ୍କ ସହ ଜଡ଼ିତ ଅଟେ। ପକାଇ ବର୍ତ୍ତମାନ ବିଭିନ୍ନ ସ୍ଥାନ ରେ ବେଶ୍ ପସନ୍ଦ କରୁଥିବା ବେଳେ ଔଷଧୀୟ ଗୁଣ, ପୁଷ୍ଟିକର ଏବଂ ସୁସ୍ଥ ରହିବାର କ୍ଷମତା ରହିଅଛି। ପଖାଳ କୁ ସାମାନ୍ୟ, ସହଜ ଏବଂ ସରଳ ଭାବରେ ଗ୍ରହଣ କରୁଥିବା ବେଳେ ଅନେକ ଆତ୍ମାତ୍ରୁପ୍ତି ପ୍ରାପ୍ତ ହୋଇଥାଏ । ପ୍ରଭୁ ଜଗନ୍ନାଥ ଙ୍କ ପ୍ରିୟ ଖାଦ୍ୟ ସହ ସମଗ୍ର ଓଡ଼ିଶା ବାସୀଙ୍କ ପ୍ରିୟ ଖାଦ୍ୟ ଅଟେ।ଓଡ଼ିଶା ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ସଭା ସାଂସଦ ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ,ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବହୁ ମନ୍ତ୍ରୀ ସଚିବ ଯୋଗ ଦେଇଥିବା ଜଣାପଡ଼ିଛି।
