
ବ୍ରହ୍ମପୁର -ଆସ୍କା ରୋଡସ୍ଥିତ ପାଣିଗ୍ରାହୀପେଣ୍ଠ ସାହିରେ ଅବସ୍ଥିତ ମା ଦୁର୍ଗା ଶିକ୍ଷାନୁଷ୍ଠାନ ରେ ପୁରସ୍କାର ବିତରଣ ଉତ୍ସବ ମହାଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି। ସାପ୍ତାହିକ ଭଞ୍ଜଦୂତ ଖବର କାଗଜର ଜିଲ୍ଲା ପ୍ରତିନିଧି ସୁରଜିତ ରାଉଳ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସ ର ଉଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ବକ୍ତାଭାବେ ଜ୍ୟୋତିରଞ୍ଜନ ଗୌଡ଼, ସମ୍ମାନୀତ ଅତିଥିଭାବେ ରାକେଶ ସାବତ ଓ ସନ୍ତୋଷ ବିଶୋଇ ଯୋଗଦେଇଥିଲେ। ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳା ଏବଂ ସାଧାରଣତନ୍ତ୍ର ଦିବସରେ ବକୃତା ଏବଂ ନୃତ୍ୟ ପରିବେଷଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ତୃତୀୟ ଶ୍ରେଣୀରେ ସରକାରୀ ବୃତ୍ତି ପରୀକ୍ଷା ରେ ସଫଳତା କରିଥିବା ଛାତ୍ର ଶେଖର ବିଶୋଇ କୁ ଉପଢୌକନ ଏବଂ ସିଲ ଦିଆଯାଇ ଅନୁଷ୍ଠାନ ର ଗୌରବ ଅଣିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି ଦିବସରେ ଶିଶୁ ମାନେ ଚମତ୍କାର ଦେଶାତ୍ମବୋଧକ ନୃତ୍ୟ ଏବଂ ଗୀତ ଗାଇ ଅତିଥି ତଥା ସ୍ଥାନୀୟ ଲୋକମାନଙ୍କର ମନ ମୁଗ୍ଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ସୂର୍ଯ୍ୟ କିରଣ ସାହୁ ପରିଚାଳନା କରିଥିବା ବେଳେ ମେନକା ବେହେରା ଏବଂ ଜେ ରଶ୍ମି ଅଚାରୀ ପରିଚାଳନାରେ ସହଯୋଗ କରିଥିଲେ।