ମେଳଣ ବୁଲୁଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ରେ ଲାଗୁନି ଚୋରିର ବ୍ରେକ। କିଛି ଦିନ ବ୍ୟବଧାନରେ ପୁଣି ଘରେ ବୁଲିଲା କଳାକନା। ସୂଚନାଯୋଗ୍ୟ ସୋର ଥାନା ମାଣତ୍ରୀ (ଜହ୍ନଆଁ )ଗ୍ରାମରେ ଗତକାଲି ରାତିରେ ପରିବାର ଲୋକେ ଦହିପୁର ମେଳଣ ଦେଖିବାକୁ ଯାଇଥିବା ବେଳେ ଦୁର୍ବୁର୍ତ୍ତ ମାନେ ଘରେ କଳାକନା ବୁଲାଇ ଦେଇଛନ୍ତି। ଏହି ଗ୍ରାମର ସୁଧାକର ସାହୁ ଙ୍କ ପରିବାର ଲୋକେ ଗତକାଲି ନିକଟରେ ହେଉଥିବା ଦହୀପୁର ମେଳଣ ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ତାଙ୍କ ଘରର ଚାବି ଭାଙ୍ଗି ଘରେ ପଶି 5 ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଚୋରି କରି ଫେରାର ହୋଇ ଯାଇଛନ୍ତି ବୋଲି ସୋର ଥାନା ରେ ଅଭିଯୋଗ କରିଛନ୍ତି ସୁଧାକର ସାହୁ l ତେବେ ପରିବାର ଲୋକେ ରାତିରେ ମେଳଣରୁ ଫେରିବା ପରେ ଚୋରି ହୋଇଥିବା ଜାଣି ପାରି ପରିବାର ଲୋକେ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଥିଲା।ଆଜି ସକାଳେ ଏ ବାବଦରେ ପରିବାର ଲୋକଙ୍କ ତରଫରୁ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ତେବେ ଏଠି ସାଧାରଣତରେ ପ୍ରଶ୍ନ ଉଠୁଛି ସୋର ଏରିଆ ରେ ଚୁରି ଡକାୟତି ଛିନିତାଇ ଦିନ କୁ ଦିନ ବଢ଼ି ଚାଲିଥିବା ବେଳେ ପୋଲିସ ପ୍ରଶାସନ କରୁଛି କଣ? କାହିଁକି ପ୍ରଶାସନ ହାତ ବାନ୍ଧି ବସିଛି l
