ଜଗତସିଂହପୁର ଜ଼ିଲ୍ଲା କୃଷକ ସଂଗଠନ ପକ୍ଷରୁ ରେଢ଼ୁଆ ସମବାୟ ସମିତି ବିରୁଦ୍ଧରେ ଅଭିଯୋଗ l
ଜଗତସିଂହପୁର(ନି.ପ୍ର): କୃଷକ ସମାଜର ସ୍ୱାଭିମାନ ଓ ସଂହତି ରକ୍ଷାର ପ୍ରମୁଖ ଅନୁଷ୍ଠାନ ଜଗତସିଂହପୁର ଜ଼ିଲ୍ଲା କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡି ରେ ନିୟୋଜିତ ଅଧିକାରୀ ଓ କର୍ମକର୍ତା ମାନେ ଧାନ କିଣା ଘୋଟାଲା ରେ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ଆଣି ଜିଲ୍ଲାପାଳ ଜେ. ସୋନାଲ ଙ୍କୁ ଭେଟି ଦାବି ପ୍ରଦାନ କରିଛନ୍ତି । ଏହି ଘୋଟାଲା ରେ ମିଲର, ସମବାୟ ସମିତି ର ଅଧିକାରୀ, ସମବାୟ ସମିତି ର ନିର୍ବାଚିତ ଅଧିକାରୀ, ସମବାୟ ସମିତି ର ନିର୍ବାଚିତ ପ୍ରତିନିଧି ମାନଙ୍କ ସଲାସୁତୁରାରେ ଶହ ଶହ କ୍ବିଣ୍ଟାଲ ଅଣଚାଷୀମାନଙ୍କ ଧାନ ମଣ୍ଡି ରେ ବିକ୍ରୟ କରାଯାଉଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏହା ର ଜ୍ୱଳନ୍ତ ଉଦାହରଣ ଫେବୃଆରୀ ୨୫ତାରିଖ ରେ ରଘୁନାଥପୁର ବ୍ଲକ ସ୍ଥିତ ରେଢ଼ୁଆ ସମବାୟ ସମିତି ରେ ତହସିଲଦାର ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ଅଣଚାଷୀ ଙ୍କ ଧାନ ଜବତ କରିଥିବା ଘଟଣା ଦର୍ଶାଇଛନ୍ତି। | କ୍ରମାଗତ ଭାବେ ବର୍ଷ ବର୍ଷ ଧରି ରେଢ଼ୁଆ ସମବାୟ ସମିତି ରେ କଳାକାରନାମା ଚାଲୁ ରହି ଥିଲେ ବି ଚାଷିଙ୍କୁ ନିସ୍ତାର ମିଳୁନି । ମଣ୍ଡିରେ ଧାନ ଦେବାକୁ ରେଜିଷ୍ଟ୍ରସନ କରିଥିବା ପ୍ରକୁତ ଚାଷୀ ଧାନ ବିକ୍ରୟ କରିବାରୁ ବଞ୍ଚିତ ହେଉଛନ୍ତି । ରେଢ଼ୁଆ ସମବାୟ ସମିତି ରେ ଘଟୁଥିବା ମହା ଘୋଟଲା ର ନିରପେକ୍ଷ ତଦନ୍ତ କରିବାକୁ ଜଗତସିଂହପୁର ଜ଼ିଲ୍ଲା କୃଷକ ସଂଗଠନ ର ସଭାପତି ଗୋବିନ୍ଦ୍ର ଚନ୍ଦ୍ର ଜେନା, ସମ୍ପାଦକ ବାବାଜୀ ଚରଣ ଜେନା, ଯୁଗ୍ମ ସମ୍ପାଦକ ବିନୋଦ ବିହାରୀ ମହାନ୍ତି, ପ୍ରମୁଖ ଜ଼ିଲ୍ଲାପାଳ, ଉପ ଜ଼ିଲ୍ଲାପାଳ, ଡ଼ି ଆର ସି ଓ ଙ୍କ ନିକଟରେ ଦାବି କରିଛନ୍ତି |
