ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ପାଞ୍ଚ ହଜାର ଟଙ୍କା ଚୋରି ।
ସୁନ୍ଦରଗଡ଼ ତା -୧୧/୮/୨୦୨୬(ଜିଲ୍ଲା ପ୍ରତିନିଧି ସଞ୍ଜୀବ କୁମାର ପତି ଙ୍କ ରିପୋର୍ଟ)
ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଭାଙ୍ଗି ବଡ଼ଧରଣର ଚୋରି । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ପ୍ରଧାନପାଟ ଗାଁର ଝରଣା ପଟେଲଙ୍କ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ସହ ନଗଦ ପାଞ୍ଚ ହଜାର ଟଙ୍କା ଚୋରି ହୋଇଛି ।
ସୂଚନା ଅନୁସାରେ, ଝରଣା ପଟେଲ ନିଜ ପରିବାର ସହ କୌଣସି କାମରେ ଭୁବନେଶ୍ୱର ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଗତକାଲି ରାତିରେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ଘରେ ଥିବା ଗୋଟିଏ ସୁନା ଚେନ, ଗୋଟିଏ ସୁନା ମୁଦି ଓ ଗୋଟିଏ ବ୍ରାସ ଲେଟ ସହ ନଗଦ ପାଞ୍ଚ ହଜାର ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଆଜି ଅଗଷ୍ଟ ୧୧ ତାରିଖ ସକାଳ ପ୍ରାୟ ୮ଟା ସମୟରେ ଘଟଣାଟି ସାମ୍ନାକୁ ଆସିଥିଲା । ଖବର ପାଇ ସୁନ୍ଦରଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଚୋରି ପଛରେ କିଏ ଅଛି ଏବଂ ଦୁର୍ବୃତ୍ତମାନେ କେଉଁ ଦିଗକୁ ଫେରାର ହୋଇଛନ୍ତି , ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
