*ଶହୀଦ ଖୁଦିରାମ ବୋଷଙ୍କ ୧୧୮ ତମ ସହିଦ ଦିବସ ପାଳିତ*
*ବ୍ରହ୍ମପୁର, ତା.୧୧.୮.୨୦୨୬ଦେଶର ସବୁଠାରୁ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଓ ଅମର ଶହୀଦ ଖୁଦିରାମ ବୋଷଙ୍କ ୧୧୮ତମ ସହିଦ ଦିବସ* ଆଜି ପୂଜ୍ୟ ପୂଜା ସମିତି ତରଫରୁ ବ୍ରହ୍ମପୁର ବିଜିପୁର କମ୍ୟୁନିଟି ହଲ୍ ଠାରେ ଶ୍ରଦ୍ଧାର ସହ ପାଳନ କରାଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଶହୀଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ମରଣ ସଭାରେ ସମିତି ସମ୍ପାଦକ ଏସ୍. ସାମ୍ବସିବା ରାଓ ଅଧ୍ୟକ୍ଷତା କରିଥିବା ବେଳେ *ସମାଜସେବୀ ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା* ଖୁଦିରାମ ବୋଷଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ସେ କହିଲେ, ମାତ୍ର ୧୮ ବର୍ଷ ବୟସରେ ଦେଶ ପାଇଁ ହସି ହସି ଫାଶୀ ବରଣ କରିଥିବା ଖୁଦିରାମଙ୍କ ତ୍ୟାଗ ଆଜି ମଧ୍ୟ ଯୁବ ପିଢ଼ିଙ୍କୁ ଦେଶପ୍ରେମର ପ୍ରେରଣା ଦେଉଛି। ୧୯୦୮ ମସିହା ଅଗଷ୍ଟ ୧ ତାରିଖରେ ସେ ମୁଜାଫରପୁର ଜେଲରେ ‘ବନ୍ଦେ ମାତରମ୍’ ଧ୍ୱନି ଦେଇ ଶହୀଦ ହୋଇଥିଲେ l ଏହି ଅବସରରେ *ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଅବସରପ୍ରାପ୍ତ ଅଧ୍ୟାପକ ମନୋରଞ୍ଜନ ସାହୁ, ଜଗନ୍ନାଥ ପାଢ଼ୀ, ମହମ୍ମଦ ସଫିଉଦ୍ଦିନ ମଲ୍ଲିକ, ମହେଶ୍ୱର ବାଡତ୍ୟା,ଅବନୀ ଗୟା* ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମସ୍ତ ବକ୍ତା ଖୁଦିରାମଙ୍କ ଆଦର୍ଶକୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଚାର କରିବା ସହ ପାଠ୍ୟ ପୁସ୍ତକରେ ମଧ୍ୟ ସ୍ଥାନ ଦେବାପାଇଁ ଗୁରୁତ୍ୱ ଦେଇଥିଲେ।
