
ବଡ଼ଚଣା -(ଅମିତ ମହାନ୍ତି )ସାଧାରଣତନ୍ତ୍ର ଦିବସ। ସାରା ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସ। ଆଜି ସାଧାରଣତନ୍ତ୍ର ଦିବସ ରେ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ନିଆରା କାର୍ଯ୍ୟକ୍ରମ କରାଯାଇଛି। ଛତିଆ ସୋଲର ସ୍ଥିତ ସେବକ ଜରାଶ୍ରମ ରେ ଟ୍ରକ ମାଲିକ ସଂଘ ପକ୍ଷରୁ ବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ,ବଡ଼ଚଣା ଥାନା ଅଧିକାରୀ ପହିଞ୍ଚି ଜରାଶ୍ରମ ରେ ଥିବା ଅନ୍ତେବାସୀ ଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ। ଅନ୍ତେବାସୀ ଙ୍କ ସହ ସାଧାରଣତନ୍ତ୍ର ଦିବସ ପାଳୀଥିଲେ । ଅନ୍ତେବାସୀ ଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ପ୍ରୟାସ କରାଯାଇଛି।ବଡ଼ଚଣା ଥାନା ଅଧିକାରୀ
ଅସିତ୍ କୁମାର ବଳବନ୍ତରାୟ
ଟ୍ରକ ମାଲିକ ସଂଘ ର ସଭାପତି ପୁଷ୍ପରାଜ ନାୟକ
ଟ୍ରକ ମାଲିକ ସଂଘ ର ସମ୍ଫାଦକ କ୍ରୀତ୍ତି ରାଜ ସ୍ୱାଇଁ ଙ୍କ ସହିତ ଅନେକ ମାଲିକ ଉପସ୍ଥିତ ଥିଲେ