*ଛତିଆ ସ୍ଥିତ ଟାଟା ପାୱାର ର ମନମାନି ଯୋଗୁଁ ଡିବିରି ଆଲୁଅରେ ଅନିରୁଦ୍ଧ ବେଜ୍ ର ପରିବାର।*
ଯାଜପୁର (ଶୁଶାନ୍ତ,ଭଞ୍ଜଦୁତ୍ତ ,ନିପ୍ର) ବଡ଼ଚଣା ବ୍ଲକ ଛତିଆ ସ୍ଥିତ ବିଦ୍ୟାଧର ପୁର ଗ୍ରାମର ଅନିରୁଦ୍ଧ ବେଜ ଙ୍କ ପରିବାର ପାଇଁ ସରକାରୀ ଯୋଜନା ଅପହଞ୍ଚ। ଟାଟା ପାୱାର ର ମନ୍ ମାନି ଯୋଗୁ ଏକ ଅଭାବନୀୟ ଘଟଣା ଘଟିଛି ଛତିଆ ସ୍ଥିତ ବିଦ୍ୟାଧର ପୁର ଗ୍ରାମରେ। ଆଜିବି ଜଣେ ସାଧାରଣ ଗରିବ ପରିବାର ନିଜ ଅଧିକାର ରୁ ବଞ୍ଚିତ । ସରକାର କହୁଛନ୍ତି ଓଡ଼ିଶା ଦୌଡୁଛି , ପ୍ରଶାସନ କହୁଚି ଯୋଜନା ସଭିଙ୍କ ପାଖରେ ପହଞ୍ଚିଛି । କିନ୍ତୁ ଆଜିବି ଆମେ ଆପଣଙ୍କୁ ଯେଉଁ ଫଟୋ ଦେଖାଇବୁୁ ତାହା ଦେଖିବାପରେ ଆପଣଙ୍କୁ ଲାଗିବ ବିକାଶ ଦୋଉଡୁନି ବରଂ ବିକାଶ ଆଜିବି ମୂର୍ମୁଶୁ ଅବସ୍ଥାରେ ପଡ଼ିରହିଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବିଦ୍ୟାଧରପୁର ଗ୍ରାମରେ ଯେଉଁଠି ଡିଜିଟାଲ ଇଣ୍ଡିଆ ର ସ୍ବପ୍ନ ଆଜିବି ଅନ୍ଧାରରେ। ବିଦ୍ୟାଧରପୁର ଗ୍ରାମର ଅନିରୁଦ୍ଧ ଵେଜ୍, ପିତା – ଗଙ୍ଗାଧର ଵେଜ, ସେ ଜଣେ ଗରିବ ଦିନ ମଜୁରିଆ। ଦୈନିକ ମଜୁରୀ ଲାଗିଲେ ପରିବାର ଚଳେ। ପରିବାର କହିଲେ ସ୍ବାମୀ,ସ୍ତ୍ରୀ , ଏବଂ ଛୋଟ ଗୋଟେ ପୁଅ, ଛୋଟ ଗୋଟେ ଝିଅ। ବିଦ୍ୟୁତ୍ ସଂଯୋଗ ଅନଲାଇନ୍ ପଞ୍ଜୀକରଣ କରିବା ତା – ୦୯-୦୪-୨୦୨୫, ରିଖ ଆପ୍ଲିକେସନ ନମ୍ବର – TPC 11036165 । ବିଦ୍ୟୁତ୍ ସଂଯୋଗ ଅନଲାଇନ୍ ପଞ୍ଜୀକରଣ କରିବାର ଛଅ ମାସ ହେବ TPCODL ଛତିଆ ଅଫିସ ଦୌଡ଼ି ଦୌଡ଼ି କିଛି ବି ଫଳ ମିଳୁନି । ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡୁଛି। TPCODL ଛତିଆରେ ଥିବା ଅଧିକାରୀ ଲାଞ୍ଚ ମାଗୁଛନ୍ତି ବିଭିନ୍ନ ପ୍ରକାର ଧମକ ମଧ୍ୟ ଦେଉଛନ୍ତି ଆମେ ବିଦ୍ୟୁତ୍ ସଂଯୋଗ ଦେବୁନାହିଁ ତୁମେ ଯୋଉଠି ଅଭିଯୋଗ କରୁଛ କର। ଏହି ଗରିବ ଅନିରୁଦ୍ଧ ର ପରିବାର କୁ ଶୀଘ୍ର ବିଦ୍ୟୁତ୍ ସଂଯୋଗ ଯୋଗାଇ ଦେବାପାଇଁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ କୁ ନିବେଦନ କରିଛନ୍ତି।
