- ରାୟଗଡ ବସଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ବସଷ୍ଟାଣ୍ଡ ନିକଟରେ ଆଜି ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ ତ୍ରିରଙ୍ଗା ପତକା ଉତ୍ତୋଳନ କରି ଗଣ ତନ୍ତ୍ର ର ବାର୍ତ୍ତା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ ରାୟଗଡ଼ ବ୍ଲକ ର ସମାଜ ସେବୀ ମୋଫିଏଲ୍ ସ୍ଵାଲସିଂ ଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ରାୟଗଡ ର ବହୁ ବୁଦ୍ଧି ଜିବୀ ଓ ସମାଜ ସେବୀ ଏବଂ ଯୁବକ ଙ୍କ ସହ କୁମୁଳାସିଂ ଓ ଜଲାଙ୍ଗ ଗ୍ରାମର ଅଟୋ ଡ୍ରାଇଭର ମାନେ ଉପସ୍ଥିତ ଥିଲେ। ଏହି ପରୀପ୍ରେକ୍ଷୀରେ ରାୟଗଡ ବସଷ୍ଟାଣ୍ଡ ନିକଟରୁ ଏକ ଶୋଭା ଯାତ୍ରା ପଦ୍ମ ପୁର ପର୍ଯ୍ୟନ୍ତ ବାହାରି ସହର ପରିକ୍ରମା କରି ଗଣତନ୍ତ୍ର ର ବାର୍ତ୍ତା ପ୍ରଦାନ କରାଯାଇଥିଲା।
