*ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଥରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ, ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ, ମିଳିତ ପ୍ୟାରେଡ ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୬.୦୧.
ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଥରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ, ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ, ମିଳିତ ପ୍ୟାରେଡ ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଥିଲେ। ସ୍ବାଧୀନ ସଂଗ୍ରାମୀ ଙ୍କୁ ସ୍ମରଣ କରି ଭାରତ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ଗଠନ ସହ ସମ୍ବିଧାନ ନାଗରିକଙ୍କ ଅଧିକାର ପ୍ରଦାନ ଦିଗରେ ଉଲ୍ଲେଖନୀୟ ଅବଦାନ ନେଇ ଉଦବୋଧନ ଦେଇଥିଲେ। ଏହି ଜନରାଜ୍ୟ ଦିବସ ଉତ୍ସବ ରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଯୋଗ ଦେଇଥିଲେ। ସାଧାରଣତନ୍ତ୍ର ଦିବସ ରେ ସ୍କୁଲ କଲେଜ ଏବଂ ସମର ବାହିନୀ ର ୪୦ ଗୋଟି ରୁ ଉର୍ଦ୍ଧ ଦଳ ଯୋଗ ଦେଇଥିଲେ। ପରେ ପ୍ରଜ୍ଞାପନ୍ ମେଢ଼ ପରିକ୍ରମା ପରେ ସାଂସ୍କୃତିକ ଦଳ ନିଜ ଦେଶାତ୍ମବୋଧକ ନୃତ୍ୟ ଗୀତ ପରିବେଷଣ କରିଥିଲେ।
