*ଗୁଇନ୍ଦା ବିଭାଗ କନେଷ୍ଟବଳ ରୂପେ କାର୍ଯ୍ୟରତ ମନୋଜ କୁମାର ବିଶି ରାଜ୍ୟପାଳ ପୁରସ୍କାର ରେ ସମ୍ମାନିତ* ନୂଆପଡା (ମିଖାଏଲ ନନ୍ଦ)
ତା:୨୬.୦୧.
ନୂଆପଡ଼ା ଜିଲ୍ଲା ର ଗୁଇନ୍ଦା ବିଭାଗ କନେଷ୍ଟବଳ ରୂପେ କାର୍ଯ୍ୟରତ ମନୋଜ କୁମାର ବିଶି ରାଜ୍ୟପାଳ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି। ଆଜି ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ବିଭଗିୟ ଅଧିକାରୀଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଉତ୍ସାହିତ କରିଥାନ୍ତି। ରାଜ୍ୟସ୍ତରୀୟ ରାଜ୍ୟପାଳ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି। ଏହି ଉତ୍ସବ ରେ ଓଡ଼ିଶା ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମ୍ପନି ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ମୋନଜ ବିଶି ସିନାପାଲି ବ୍ଲକ୍ ଅନ୍ତର୍ଗତ ସିଙ୍ଗଝର ଗ୍ରାମର ନିବାସୀ ବୋଲି ଜଣାପଡିଛି। ସିଙ୍ଗଝର ରେ ରହୁଥିବା ତାଙ୍କ ଆତ୍ମୀୟ ସ୍ୱଜନ ଏକ ଗୌରବ କଥା ବୋଲି ପ୍ରକାଶ କରିଛନ୍ତି। ତଥା ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି।
