*ତରବୋଡ ପି ଏମ ଶ୍ରୀ ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ବୈଠକ*
ନୂଆପଡା(ମିଖାଏଲ ନନ୍ଦ)
ତା:,୨୬.୦୧.
ନୂଆପଡ଼ା ଜିଲ୍ଲା ତରବୋଡ ପି ଏମ ଶ୍ରୀ ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ତରବୋଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ତରବୋଡ ନବୋଦୟ ବିଦ୍ୟାଳୟର ଚଳିତ ବର୍ଷର ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୭୦ ରୁ ଉର୍ଦ୍ଧ୍ବ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଶ୍ରୀ ଜୟ ଢୋଲକିଆ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ଶ୍ୟାମସୁନ୍ଦର ପୃଷ୍ଟି ,ପୁରାତନ ଛାତ୍ରଛାତ୍ରୀ ସଙ୍ଘ ସଭାପତି ଜିତେନ୍ଦ୍ର କୁମାର ନାୟକ, ସଂମ୍ପାଦକ ତଥା ବିଡିଓ କୋକସରା ଡ.ହିମାଞ୍ଚଳ ମାଝୀ,ପ୍ରଭୃତି ମଞ୍ଚରେ ଆସନ ଅଳଙ୍କୃତ କରିଥିଲେ । ସଭାରେ ସଭାପତି ନବୋଦୟର ଅଧ୍ୟକ୍ଷ ଭେଙ୍କଟରମଣ ଯୋଗ ଦେଇଥିବା ବେଳେ ଛାତ୍ର ସାଂସଦ ସଭାପତି ଜିତେନ୍ଦ୍ର ନାୟକ ମୁଖ୍ୟ ଅତିଥିଙ୍କ ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ । ଅତିଥିମାନେ ପୂଜା ଅର୍ଚ୍ଚନା, ଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ଗୀତ ଗାନ କରି ଅତିଥି ମାନଙ୍କ ସ୍ବାଗତ କରା ଯାଇଥିଲା । ପୁରାତନ ଛାତ୍ରଛାତ୍ରୀ ପୁଣ୍ୟତୋଷ ମୁଣ୍ଡ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପ ସଭାପତି ଲାଲ ବାହାଦୂର ଦାସ, ଡକ୍ଟର ଲୋକେଶ ଛାପଡିଆ, ଯୁଗ୍ମ ସମ୍ପାଦକ ଆଶିକ ରହମାନ ଓ ଝୁନି ଚଲାନ କୋଷାଧ୍ୟକ୍ଷ ରତ୍ନ କିଶୋର ବିଶି, ସଂଗଠକ ମଣ୍ଡଳୀ ପୁଣ୍ୟତୋଷ ମୁଣ୍ଡ (ସଂଯୋଯକ),(ସହସଂଯୋଯକ) ଅମୀୟ ରଂଜନ ଶବର, ,ଉପଦେଷ୍ଟା ଅନିଲ ଦେଓ୍ବାଙ୍ଗନ ଉପସ୍ଥିତ ଥିଲେ । ପରିଶେଷରେ ଉପସଭାପତି ଲାଲବହାଦୂର୍ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।
