୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ବାଲିଗୁଡା ।
ବାଲିଗୁଡା (ନି-ପ୍ରା) ଗିରିଧରି ମହାରଣା ବାଲିଗୁଡା ମିନିଷ୍ଟାଡ଼ିୟମ ଠାରେ ଧୁମ୍ ଧାମ ରେ ପାଳନ ହୋଇଅଛି ୭୭ତମ ସାଧାରଣତନ୍ତ୍ର ଦିବସ ।ଏହି ଅବସରରେ ବାଲିଗୁଡା ଉପ – ଜିଲ୍ଲାପାଳ ଶ୍ରୀ ବୀମତୀ ପ୍ରଣୀତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ବାଲିଗୁଡା ର ଜଣ ସାଧାରଣଙ୍କ ପାଇଁ ଉଚ୍ଚତାର ଅଭିଭାଷଣ ରଖିଥିଲେ ।ଏହି ସାଧାରଣତନ୍ତ୍ର ଦିବସ ସମାରୋହରେ ୨୨ ପ୍ଲାଟୁନ ଅଂଶ ଗ୍ରହଣ କରିଥିଲେ ଓ ଛାତ୍ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୦ଟି ସ୍କୁଲ ର ଛାତ୍ର ଛାତ୍ରି ଅଂଶଗ୍ରହଣ କରିଥିଲେ ।ଶେଷର ବିଭିନ୍ନ ସ୍ତରରେ କୃତ୍ତିତ୍ୟ ହେଇଥିବା ଛାତ୍ର ଛାତ୍ରୀଙ୍କ ସିଲ୍ଡ, କପ୍ ଓ ମନପତ୍ର ଦେଇ ସମ୍ମାନ କରିଥିଲେ ମୁଖ୍ୟ ଅତିଥି । ମୁଖ୍ୟ ଅତିଥି ସମେତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ୍ ଭୋସଲେ , କନ୍ଧମାଳ nac ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ , ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ରଞ୍ଜିତ ସାହୁ ,ବାଲିଗୁଡା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ବାଲିଗୁଡା ର ବହୁ ଜନସାଧାରଣ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ତିର୍ଥବାସି ଘଡେ଼ଇ ପରିଚାଳନା କରିଥିଲେ ।
