ମା ଅମ୍ବିକା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ସେବା ଶିକ୍ଷାଶ୍ରମ ର ବାର୍ଷିକ ଉତ୍ସବ।
ଜଗତସିଂହପୁର(ନି.ପ୍ର): ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ସିଦ୍ଧଳ ବଟବିହାର ଠାରେ ୧୯୯୨ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ମା ଅମ୍ବିକା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ଶିକ୍ଷା ସେବାଶ୍ରମ ର ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଚାରି ଦିନ ବ୍ୟାପି ଆବାସିକ ଶିକ୍ଷା ସେବା ଶ୍ରମ ପରିସରରେ ସରସ୍ବତୀ ପୂଜା, ଗୀତା ପରାୟଣ , ବିଗ୍ରହ ପ୍ରତିଷ୍ଠା, ହନୁମାନ ଚାଳିଶା.ଓ ବାର୍ଷିକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଥିଲା | ମା ଅମ୍ବିକା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ଶିକ୍ଷା ସେବାଶ୍ରମ ର ସଭାପତି ସମାଜସେବୀ ପ୍ରସନ୍ନ କୁମାର ସାମନ୍ତରାୟ ଙ୍କ ସଭାପତିତ୍ୱ ରେ ସେବାଶ୍ରମ ର ପ୍ରତିଷ୍ଠାତା ସଦସ୍ୟ ନାରାୟଣ ଦାସ, ଶ୍ରୀବଛ ସାମନ୍ତରାୟ, ପରିଚାଳନା କମିଟି ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାମନ୍ତରାୟ ଓ ସାମାଜିକ କର୍ମୀ ରାମଚନ୍ଦ୍ର ଦାଶ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ | ସେବାଶ୍ରମ ର ପ୍ରଧାନ ଶିକ୍ଷୟତ୍ରୀ ସୁଶାନ୍ତି ଦାସ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ | ଏହି ଅବସରରେ ରାଜ୍ୟ ର ତିରିଶି ଟି ଜ଼ିଲ୍ଲା ରୁ ଉପସ୍ଥିତ ଥିବା ସମସ୍ତ ଅଭିଭାବକ ମାନଙ୍କୁ ସେବାଶ୍ରମ ପରିଚାଳନା କମିଟି ପକ୍ଷରୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଉପସ୍ଥିତି ଅଭିଭାବକ ମାନେ ଆବାସିକ ଶିକ୍ଷା ସେବାଶ୍ରମ ର ପରିଚାଳନାଗତ ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେl ଏ ସମସ୍ତ କାର୍ଯ୍ୟକ୍ରମ କୁ ଅରୁନ୍ଧତୀ ଦାସ, ଛବିନ୍ଦ୍ର ମାଝୀ, ଲକ୍ଷ୍ମୀଧର ସାହୁ ଓ ଇଦ୍ରୀସ ଅଲ୍ଲୀ ପ୍ରମୁଖ ପରିଚାଳନା କରିଥିଲେ |
