ଭାଇଚାରାକୁ ବଜାଇ ରଖିଛି ଗୋଠିଣା ଅଷ୍ଟମ ପ୍ରହର ନାମ ସଂକୀର୍ତ୍ତନ।
ରଘୁନାଥପୁର(ନି.ପ୍ର): ଧର୍ମୀୟ ଭାବନାକୁ ଦୃଷ୍ଟିରେ ରଖି ଗ୍ରାମରେ କିଭଳି ଭାଇଚାରା ସୁଦୃଢ ହେବ ସେହି ଦୃଷ୍ଟିରୁ ୩୫ବର୍ଷ ପୂର୍ବେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଗୋଠିଣା ଗ୍ରାମର କିଛି ମୁରବି ଗ୍ରାମବାସୀଙ୍କ ମତାମତ ନେଇ ଅଷ୍ଟମ ପ୍ରହର ନାମ ସଙ୍କୀର୍ତ୍ତନ ଆରମ୍ଭ କରିଥିଲେ। ଏହି ଅଷ୍ଟମ ପ୍ରହର ଚଳିତ ବର୍ଷ ୩୫ ବର୍ଷରେ ପଦାର୍ପଣ କରିଥିବାବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବି ଧୁମ୍ ଧାମରେ ପାଳନ କରାଯାଇଛି l ଗାଁ ଆରାଧ୍ୟ ଦେବି ମା ନାରାୟଣୀ ପ୍ରାଙ୍ଗଣରେ ମାଘ ସପ୍ତମୀ ପୂର୍ବ ରାତି ଭୋରୁ କଳସ ଉଠାଇ ଅଧିବାସ କରାଯାଇ ସପ୍ତମୀ ରବିବାର ଦିବାରାତ୍ର ଅଖଣ୍ଡ ନାମ ସଂକର୍ତ୍ତନ କରାଯାଇଥିଲା। ରାତ୍ରରେ ବିଭିନ ଗ୍ରାମରୁ ୭/୮ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳ ହରିପ୍ରେମୀ ଉକ୍ତ ଅଷ୍ଟମ ପ୍ରମରରେ ଯୋଗଦେଇ ହରିନାମାରେ ନିମଗ୍ନ ହୋଇଥିଲେ। ଏହି ହରିହାଟରେ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ jogadei ପ୍ରସାଦ ସେବନ କରି ଭାଇଚାରାକୁ ବଞ୍ଚାଇ ଖିଥିଲେ। ସେହିପରି ସପ୍ତମୀ ପରଦିନ ସୋମବାର ନଗର କୀର୍ତ୍ତନରେ ଗ୍ରାମ ପରିକ୍ରମା ସାରି ଦଧି ହାଣ୍ଡି ଭାଙ୍ଗି ଭାବ ବିହ୍ଵଳ ହେବା କାର୍ଯ୍ୟକ୍ରମ ରହିଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି। ବିଶେଷ କରି ଏହିଦିନଟି ଗ୍ରାମର ସମସ୍ତ ସଦସ୍ୟ ହରିହାଟରେ ପ୍ରଶାଦ ସେବନ କରିଥିଲେ। କର୍ତା କର୍ତ୍ତୀ ଭାବେ ରବୀନ୍ଦ୍ର ମହାରଣା ଓ ମମତା ମହାରଣା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଗ୍ରାମର ସମସ୍ତ ଯୁବକ ସୂଚାରୁରୂପେ ପରିଚାଳନା କରିଥିଲେ ।
