ବିଟିଶ୍ ପତାକା ‘ ୟୂନିୟନ ଜ୍ୟାକ`ବଦଳରେ ଆକାଶକୁ ଛୁଇଁଲା ଭାରତର ଗର୍ବ ‘ ତ୍ରିରଙ୍ଗା`ସେହି ମୁହୃର୍ତ୍ତରେ ପ୍ରତିଟି ଭାରତୀୟ ନିଜକୁ ଅନୁଭବ କରିଥିଲେ ଯେ, ଆଜିଠାରୁ ଆମ ଭାଗ୍ୟର ନିୟନ୍ତା ଆମେ । ଆମରି ନାଆରେ ଆମେ ନାରୀ । ବିଶ୍ଵର ସର୍ବବୃହତ ଗ୍ରାମତନ୍ତ୍ର ଭାରତରେ ଜନମତକୁ ପ୍ରାଧାନ୍ୟ ଦିଆଯାଉଛି । ଜାନୁଆରୀ ୨୬ ଆସିଲେ ଆକାଶର ଉଡ଼େ ‘ ତ୍ରିରଙ୍ଗା ‘ କର୍ତ୍ତବ୍ୟ ପଥରେ ଶୁଭେ ଶୌର୍ଯ୍ୟର ପଦଧୂନି, କିନ୍ତୁ ଏହି ଶାନ୍ତି ଓ ସ୍ଵାଧୀନତା ପଛରେ ରହିଛି ଶତାବ୍ଦୀର ସଂଘର୍ଷ ଏବଂ ବଳୀଦାନର କାହାଣୀ । ୧୯୫୦ ଜାନୁଆରୀ ୨୬ର ସେହି ପ୍ରଭାତ କେବଳ ଏକ ତାରିଖ ନଥିଲା , ତାହା ଥିଲା ଭାରତ ଆକାଶର ସ୍ଵାଧୀନତା ଓ ସ୍ୱସାଶନର ଏକ ସୂର୍ଯ୍ୟୋଦୟ, ଏହି ଦିନ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଲା । ବିଶ୍ଵରେ ଗଣତନ୍ତ୍ରରେ ଜନନୀ ଭାବେ ବୈଶାଳୀରେ ପ୍ରତିଷ୍ଠିତ ହୋଇଥିଲା ପ୍ରଥମ ଗଣତାନ୍ତ୍ରିକ ବ୍ୟବସ୍ଥା । ଉକ୍ତ ଗଣତନ୍ତ୍ର ମହାପର୍ବରେ ଚିକଣା ଗ୍ରାମ ପଞ୍ଚାୟତ ବିଜେପି ପରିବାର ତରଫରୁ ଛକ ସ୍ଥିତ ହନୁମାନ ମନ୍ଦିର ନିକଟ ବିଜେପି କାର୍ଯାଳୟ ଠାରେ ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ପଣ୍ଡାଙ୍କ କର କମଳରେ ତ୍ରିରଙ୍ଗା ପତାକା ଉତୋଳନ କରାଯିବା ସଙ୍ଗେ ସଙ୍ଗେ ଶିଦାର୍ଥ ସଙ୍କର ପଣ୍ଡାଙ୍କ ଦ୍ଵାରା ଜାତୀୟ ସଂଗିତ ଗାନ କରାଯାଇଥିଲା । ଉକ୍ତ ଗଣତନ୍ତ୍ର ମହା ପର୍ବତରେ ମୂଖ୍ୟ ଅତିଥି ୨୬ ନମ୍ବର ଜୋନ ବିଜେପି ସଭାପତି ଦିନବନ୍ଧୁ ଦାସ ଓ ବର୍ତ୍ତମାନ ଦଳିତ ସଭାପତି ଗୋକୁଳାନଳ ଯେନା ମୂଖ୍ୟ ବକ୍ତା ଭାବେ ନିଜର ମତ ବ୍ୟକ୍ତ କରିଥିଲେ । ଉକ୍ତ ଗଣତନ୍ତ୍ର ମହା ପର୍ବର ମହୋସବକୁ ପଞ୍ଚାୟତର ସୁର୍ଦଶନ ସାହୁ , କୁମର ପାତ୍ର, ନିତ୍ୟାନନ୍ଦ ସେଠି, ଗେଡ ମଲିକ, ସୁରେଶ କୁମାର ମହାଳିକ, ହରେକୃର୍ଷ୍ଣ ସାହୁ, ବିଳାସ ମଲିକ, ସରତ ଚନ୍ଦ୍ର ସାହୁ, ରାଧାଶ୍ୟାମ ସାହୁ, ଦେବେନ୍ଦ୍ର ପାତ୍ର, ନିରଞ୍ଜନ ସାହୁ, ଟୁକୁ ପଣ୍ଡା, ମହେନ୍ଦ୍ର ମହାଳିକ, ସୁରେନ୍ଦ୍ର ମହାନ୍ତି, କହୁ ଚରଣ ଯେନା, ଭରତ ଚନ୍ଦ୍ର ସାହୁ, ସଂଜୟ ସାମଲ, ଅମୂଲ୍ୟ ସାମଲ, ଶ୍ରୀଧର ଓଝା, ବିରଞ୍ଚି ନାରାୟଣ ସାହୁ, ବୃନ୍ଦାବନ ସାହୁ, ସୁବାସ ମହାଳିକ, ବାଙ୍କି ପାଳର ସୁଭମ ଖାନ୍ ନିଜର ମତ ବ୍ୟକ୍ତ କରିଥିଲେ । ଶେଷରେ ନିର୍ଭିକ ଜନ ସେବକ କୈଳାସ ଚନ୍ଦ୍ର ମଲିକ ( ଡାନୀ) ଏହି ଗଣତନ୍ତ୍ର ମହାପର୍ବର ମହତ୍ଵ ଉପସ୍ଥିତ ଜନତାଙ୍କୁ ବିସ୍ତୁତ ଭାବେ ସମ୍ବୋଦ୍ଦିତ କରିଥିଲେ । ଜୟ ହିନ୍ଦ୍, ଭାରତ ମାତା କୀ ଜୟ ।
ସରୋଜ କୁମାର ଧଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
