ନୂଆଗାଁ ଠାରେ ଇକାର୍ଡା ଅନୁଷ୍ଠାନ ଦ୍ୱାରା ଦକ୍ଷତା ବିକାଶ ଓ ହରଡ ବିହନ ବଣ୍ଟନ କାର୍ଯ୍ୟକ୍ରମ ।
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ : ନୂଆଗାଁ ପଞ୍ଚାୟତରେ ଦକ୍ଷତା ବିକାଶ ଓ କୃଷି ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ୨୦୨୬-୨୭ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଇକାର୍ଡାର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ସହକାରୀ କୃଷି ଅଧିକାରିଣୀ ବନଜା ନାୟକ,ଗ୍ରାମ୍ୟ କୃଷି ଅଧିକାରିଣୀ ପ୍ରତିମା ବେହେରା,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ଭୁୟାଁ ପ୍ରଶିକ୍ଷଣ ଦେଇଥିଲେ। ଇକାର୍ଡା ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଆଶିଷ କୁମାର ଜେନା ସରକାରଙ୍କ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ। ବ୍ଲକ ସଂଯୋଜକ ଆଶୀର୍ବାଦ ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ନୂଆଗାଁ ଗ୍ରାମରେ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ଉନ୍ନତି କୃଷି ପଦ୍ଧତି,ବିଲୁପ୍ତପ୍ରାୟ ଫସଲ ସଂରକ୍ଷଣ ଏବଂ ସ୍ଥାୟୀ କୃଷି ପ୍ରଣାଳୀ ସମ୍ପର୍କରେ ସଚେତନ କରାଯିବ ସହ ହରଡ ବିହନ ବଣ୍ଟନ କରାଯାଇଥିଲା। ଇକାର୍ଡା ଅନୁଷ୍ଠାନର ଏହି ଅଭିନବ ପ୍ରୟIସକୁ ସାଧାରଣରେ ପ୍ରଶଂସା କରାଯାଇଛି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
