ଖରିପଡିଆ – କୋରକୋରା ରାସ୍ତାରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ, ୭ ଟି ଗ୍ରାମ ସହ ଯୋଗାଯୋଗ ବିଚ୍ଛିନ୍ନ ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ପାଇକା ନଦୀ ରେ ପ୍ରଳୟଙ୍କରୀ ବନ୍ୟା ଆସିବା ଦ୍ୱାରା ରଘୁନାଥପୁର ରୁ କୋରକୋରା ରାସ୍ତା ଓ ଖରିପଡିଆ ଠାରୁ କୋରକୋରା ରାସ୍ତା ରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେବାରୁ ଏହି ରାସ୍ତାରେ ଯାତାୟାତ କରିବା ସମୁର୍ଣ୍ଣ ଠପ ହୋଇ ଯାଇଛି l ଯାହାଦ୍ଵାରା ୭ ଗୋଟି ଗ୍ରାମ ଯଥା କୋରକୋରା, ପଣ୍ଡୁଅl, ପଦ୍ମପୁର, ଖରିପଡିଆ, ଗୋପlଲପୁର୍, ଜଗନ୍ନାଥପୁର ର୍ଓ ରଘୁନାଥପୁର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି l ଏପରି କି କୋରକୋରା ଗ୍ରାମରେ ଥିବା ପ୍ରସିଦ୍ଧ ରୁଦ୍ରେଶ୍ଵର ମନ୍ଦିର କୁ ଯିବା ପାଇଁ ହଜlର, ହଜlର ଭକ୍ତ, ଶ୍ରଦ୍ଧାଳୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଖରିପଡିଆ – କୋରକୋରା ରାସ୍ତା କୁ ପାଞ୍ଚ ଫୁଟ ଉଚ୍ଚର ଢଳେଇ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି।
