ଶୁକୃଳି ବ୍ଲକ ସ୍ତରୀୟ ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶୁକୃଳି (ନି ପ୍ର)ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକରେ ‘ବନ୍ଦେ ମାତରଂ’ର ୧୫୦ତମ ପୂର୍ତ୍ତି ଅବସର ଉପଲକ୍ଷେ ବ୍ଲକ ସ୍ତରୀୟ ସାମୁହିକ ଗାନ କାର୍ଯ୍ୟକ୍ରମ ଗମ୍ଭୀରତା ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଶୁକୃଳି ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ବ୍ରହ୍ମାନନ୍ଦ ବେହେରା, ବ୍ଲକ ଅଧ୍ୟକ୍ଷା କବିତା ମଞ୍ଜରୀ ନାୟକ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ନୟନତାରା ମହାନ୍ତ ଉପସ୍ଥିତ ରହିଥିଲେ।
ମୁଖ୍ୟ ବକ୍ତା ଭାବେ ଶୁକୃଳି ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼: ସଂଗ୍ରାମ କେଶରୀ ମଲ୍ଲିକ ଯୋଗଦେଇ ଦେଶପ୍ରେମ ଓ ଜାତୀୟ ଏକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଡିବେଟ୍ ପ୍ରତିଯୋଗିତାରେ ଭାଗନେଇଥିଲେ। ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।
