ଯୁବ ସଂଗଠକ ଙ୍କ ତରଫରୁ ଶୀତବସ୍ତ୍ର ବଣ୍ଟନ।
ସାନଖେମୁଣ୍ଡି -ସାରା ରାଜ୍ୟରେ ଶୀତ ର ଲହରୀ ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରୀ ଗ୍ରାମପଞ୍ଚାୟତ ର ଯୁବ ସଂଗଠକ ଲିଲୁ କୁମାର ସାହୁ (ଜିଣ୍ଟୁ )ପଞ୍ଚାୟତ ର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଗରିବ, ଅସହାୟ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଶୀତ ର ପ୍ରକୋପ ରୁ ରକ୍ଷା ନିମନ୍ତେ ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି। ଆଗାମୀ ଦିନରେ ଏହିପରି ସେବା ଜାରିରହିବ ବୋଲି ଯୁବ ସଂଗଠକ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ଥିବା ସ୍ୱତେ ଏହି ଗରିବ ଅସହାୟ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି। ଏହି ମାନଙ୍କ ପାଇଁ ସଂଗ୍ରାମ ସବୁବେଳେ ଜାରି ରହିବ ବୋଲି ଗରିବ ଅସହାୟ ମାନଙ୍କୁ ଯୁବ ସଂଗଠକ ଜିଣ୍ଟୁ ପ୍ରତିଶୃତି ଦେଇଛନ୍ତି।ଗ୍ରାମାଞ୍ଚଳରେ ଅଧିକାଂଶ ଗରିବ ଶ୍ରେଣୀର ଲୋକେ ବସବାସ କରନ୍ତି ଏବଂ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଲୋକେମାନେ ସୁବିଧାରୁ ବଞ୍ଚିତ ରହୁଛନ୍ତି।ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗରିବ ଅସହାୟ ମାନେ କଷ୍ଟ ପାଉଥିବାର ଶୁଣି ଯୁବ ସଂଗଠକ ସେହି ମାନଙ୍କ ପାଖରେ ପହଞ୍ଚି ଶୀତ ବସ୍ତ୍ର ବଣ୍ଟନ କରିଥିଲେ। ତାଙ୍କର ଏହିପରି ମହାନତା ପାଇଁ ଗରିବ ଅସହାୟ ବୃଦ୍ଧବୃଦ୍ଧା ଆଶୀର୍ବାଦ ଦେବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ବାସ୍ତବରେ ସ୍ଥାନୀୟ ଅଞ୍ଚଳରେ ଏହିପରି ସେବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି।
