ଆଦର୍ଶ ଯୁବ ପରିଷଦ ପକ୍ଷରୁ ରକ୍ତଦାନ ଶିବିର :୩ ଶହ ୟୁନିଟ ରକ୍ତ ସଂଗୃହିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ସୋର ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସୋର ବିଧାୟକ ମାଧବ ଧଡା, ସୋର ପୈରକାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ ଓ ଯୁବ ପରିଷଦର ଅଧକ୍ଷ ଶ୍ରୀଧର ପତ୍ରୀ ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସୋର ମହିଳା ମହାବିଦ୍ୟାଳୟ ଅଧକ୍ଷା ଅଞ୍ଜଳି ମହାପାତ୍ର,ସୋର ବ୍ଲକ ଅଧକ୍ଷା ଅନୁସୟା ମଲ୍ଲିକ, ଶିକ୍ଷାବିତ ଅଶୋକ ଦାସ, ସୋର କାନାରା ବ୍ୟାଙ୍କ ପରିଚାଳକ ଅରୁନ୍ଧତୀ ପଟ୍ଟନାୟକ, ସୋର ମାରାଥନ କମିଟିର ସଭାପତି ସଂଞ୍ଜୟ ଦାସ ଓ ଉଦ୍ଧବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ମୋଟ ୩୦୦ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ବାଲେଶ୍ୱର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ୧୦୦ ୟୁନିଟ ଓ କଟକ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ୨୦୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମକୁ ସଭପତି ପୃଥ୍ୱୀ ରଞ୍ଜନ ବେହେରା,ଉପ ସଭାପତି ମନୋରଞ୍ଜନ ସାମଲ, ସମ୍ପାଦକ ଅଞ୍ଜନ କୁମାର ଦାସ,ସହ ସମ୍ପାଦକ ଦେବାଶିଷ ମହାନ୍ତି, କୋଷାଧକ୍ଷ ସତ୍ୟବ୍ରତ ବେହେରା ଓ ମିଡିଆ କୋଡି ନେଟର ମନୋରଞ୍ଜନ ସାହୁ, ସମ୍ବାଦ ଆମ ଓଡିଶା ଉତ୍ତର ଓଡିଶାର ସଂଯୋଜକ ଲକ୍ଷ୍ମିଧର ବାରିକ, ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ ଓ କନକ ନିୟୁଜ ପ୍ରତିନିଧି ପ୍ରମୋଦ ଦାସ ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ। ଆଦର୍ଶ ଯୁବ ପରିଷଦ ତରଫରୁ ସୋର ର ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
