ବାପାର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ : ତା୦୬/୦୮ (କଳାହାଣ୍ଡି ଜିଲ୍ଲା କଲମପୁର ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଆଲୋକ ରଞୀନ ଗହିର
(୨୦)। ତାଙ୍କ ବାପା ମାନସିଂ ଗହିର(୫୫)ପୁଅଙ୍କୁ ଟଙ୍କା ମାଗି
ଥିଲେ। ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ
ରାଗରେ କାଠ ଫାଳିଆରେ
ଆଲୋକଙ୍କ ମୁଣ୍ଡକୁ ଆଘାତ
କରିଥିବା ଅଭିଯୋଗ ରହିଛି।
ଗୁରୁତରଙ୍କୁ ପରିବାର ଲୋକେ
କଲମପୁର ଗୋଷ୍ଠୀ ସ୍ବାସ୍ୟୁ କେନ୍ଦ୍ରକୁ ନେଇଥିଲେ। ସେଠାରେ
ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ହସ୍ପିଟାଲ ପକ୍ଷରୁ କଳମପୁର ପୁଲିସକୁ ସୂଚନା ଦିଆଯାଇଥିଲା। ଖବର
ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚ ଅଭିଯୁକ୍ତ ବାପା ମାନସିଂ
ଗହିରଙ୍କୁ ଅଟକ ରଖି ତଦନ୍ତ
ଆରମ୍ଭ କରିଛି। ପୋଲିସ ମାମଲା ରୁଜୁ କରି ଘଟଣାର
ତଦନ୍ତ କରୁଛି।
