ବିଜେପି ନେତାଙ୍କ ମନୋମାଳିନ୍ୟ ତୁଟିଲା ନା ଲଢେଇ ପର୍ବ ଆରମ୍ଭ ହେଲା !
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲାର ଆଠ ଗୋଟି ବ୍ଲକ ମଧ୍ୟରୁ ରଘୁନାଥପୁର ବ୍ଲକ ଟି ସଦାସର୍ବଦା ରାଜନୈତିକ ଚର୍ଚ୍ଚାରେ ରହି ଆସିଥାଏ l ଦୀର୍ଘ ବର୍ଷ ଧରି ବିଜେଡି ଶାସନାଧୀନ ଥିବା ବେଳେ ବି ବିବାଦ ଲାଗିରହିଥିଲା ଏବେ ବି ନୂଆ ସରକାରକୁ ଆସିଥିବା ବିଜେପି ସମୟରେ କ୍ଷମତା ଲୋଭରେ ମସଗୁଲ ହୋଇ ଯୁଦ୍ଧ ଲାଗିରହିଛି l ଏପରିକି ମିଡିଆ ଆଗକୁ ନଯାଇ ଫେସବୁକ୍ ଜରିଆରେ ନିଜ ନିଜ ଟିପ୍ପଣୀ ଦେଇ ବିଜେପି କୁ ଲୋକଙ୍କ ଠାରୁ ଦୁରେଇ ନେବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି l ପଞ୍ଚାୟତ ନିର୍ବାଚନ ପୂର୍ବରୁ ରଘୁନାଥପୁର ବ୍ଲକରେ ରାଜନୈତିକ ସରଗରମ ଆରମ୍ଭ ହୋଇଗଲାଣି l ଗୋଟିଏ ପଟେ ଶାସନ ରୁ ବିଦାୟ ହୋଇଥିବା ବିଜେଡି ଦଳ ଶାସନ କୁ ଫେରିବାର କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଅନ୍ୟପଟେ ବିଜେପି ତାର ପ୍ରମୁଖ କର୍ମୀ ମାନଙ୍କୁ ଦୁରେଇ ଦେଇ କିଛି ନବାଗତ ଠିକାଦାର ଓ ବିଜେଡି ଛାଡି ଆସିଥିବା ହାତଗଣତି ଦଲାଲ ମାନଙ୍କୁ ଧରି ଯେଉଁ ସଂଗଠନ ଆରମ୍ଭ କରିଛି ସେଥିରେ ତାଳିପକା ଉଦ୍ୟମ କୁ ନେଇ କିଛି ଶୁଭ ଚିନ୍ତକ ବି ଦୁରେଇ ଯିବାକୁ ବସିଲେଣି ବୋଲି ଚା, ପାନ ଦୋକାନରେ ଆଲୋଚନା ହେଉଛି l ରଘୁନାଥପୁର ବ୍ଲକ ରେ ବିଜେପି ପ୍ରଭାରୀ ଯେଉଁ ଦୁଇଜଣଙ୍କୁ ମଣ୍ଡଳ ସଭାପତି ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି ସେମାନଙ୍କ ରାଜନୈତିକ ଭିତ୍ତିଭୂମି କିଛି ନାହିଁକି ଅସନ୍ତୋଷ କର୍ମୀ ମାନଙ୍କୁ ଧରି ଦଳକୁ ସୁଦୃଢ କରିବା ତାଙ୍କର ମନରେ ନାହିଁ, ଏପରିକି ବିଜେଡି ସରକାରଙ୍କ ଦୁର୍ନୀତିକୁ ଲୋକମାନଙ୍କ ପାଖକୁ ଆଣି ସେମାନ ଙ୍କୁ କାଠଗଡ଼ାରେ ଠିଆ କରିବା ପରିବର୍ତ୍ତେ ଏହି ବିଜେପି ନେତା ମାନେ ବିଜେଡ଼ି ମଙ୍ଗୁଆଳ ଙ୍କ ପାଖେ ଯାଇ ଶରଣ ପଶିବା ଖବର ପାଇ ଯେଉଁ ମିଳାମିଶା ଉଦ୍ୟମ କିଛି ନେତା କରିଛନ୍ତି ତାହା ବାସ୍ତବରେ କାର୍ଯ୍ୟକାରି ହୋଇପାରିବନି ବରଂ ଅସନ୍ତୋଷ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ l ଦୁଇ ମଣ୍ଡଳ ସଭାପତି ଙ୍କ ହୀନ ଚକ୍ରାନ୍ତ ଉଦ୍ୟମ ଓ ଦଲୀୟ କର୍ମୀଙ୍କ ପ୍ରତି ଅଣଦେଖା କରିବା ଘଟଣା ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ ରଘୁନାଥପୁର ବ୍ଲକରେ ଗୋଟିଏ ବି ପଦବୀ ଜିତିବାରେ ସକ୍ଷମ ହୋଇପାରିବେ ନାହିଁ l ଏ ଯେଉଁ ମିଳନ ଉତ୍ସବ କରାଯାଇଛି ତାହା ଗୋଟିଏ ତୁଠରେ ବସି ପାଣି ପିଇ ପଞ୍ଚାୟତ ନିର୍ବାଚନ ଲଢିବେ ନା ଚେର କଟା କଟି ହୋଇ ବିଜେଡି ହାତକୁ ସୁନାର ଭଣ୍ଡାର ଟେକି ଦେବେ ସେ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି l
