ପାଠକ ବିଚାର ମଞ୍ଚ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ
କାମାକ୍ଷାନଗର,
କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି l କାମାକ୍ଷାନଗର ଅଞ୍ଚଳ ରେ ପ୍ରବଳ ଶୀତ ଲହରୀ ଚାଲିଥିବା ବେଳେ ଅସହାୟ ଲୋକ ଶୀତ କାକର ରେ ପଡିରହିଥିବା ବେଳେ ପାଠକ ବିଚାର ମଞ୍ଚ ର କର୍ମକର୍ତ୍ତା କମ୍ବଳ ବଣ୍ଟନ କରିଛନ୍ତି l ପାଠକ ବିଚାର ମଞ୍ଚ ର ଆବାହକ ଶୁଭମୟ ନନ୍ଦ ଙ୍କ ଆବାହକତ୍ୱ ରେ ଶନିବାର ବିଳମ୍ବିତ ରାତିରେ ସହର ମଧ୍ୟରେ ଅସହାୟ ଭାବେ ପଡିରହିଥିବା ପ୍ରାୟ ତିରିଶ ରୁ ଉର୍ଦ୍ଧ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର,ଅନ୍ୟତମ ସହକାରୀ ଜିଲ୍ଲାପାଳ ସୋମ୍ୟଜିତ ପାଇକରାୟ,ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ, ଅନ୍ୟତମ ପରାମର୍ଶ ଦାତା ଗୋବିନ୍ଦ ଚନ୍ଦ୍ର ସାହୁ, ସଦସ୍ୟ ପ୍ରଶାନ୍ତ କୁମାର ମିଶ୍ର, ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର ପ୍ରମୁଖ ନୂଆ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ମୁଖ୍ୟ ରାସ୍ତାର କଡରେ ସୋଇଥିବା କେତେକ ଯୁବକ, ଜିରିଡାମାଳୀ ଠାରେ ଦୋକାନ ସମ୍ମୁଖରେ ଶୋଇ ରହିଥିବା କେତେକ ପରିବାରଙ୍କୁ ମଧ୍ୟ୍ୟ କମ୍ବଳ ପ୍ରଦାନ କରାଯାଇଥିଲା l ସଦସ୍ୟ ପ୍ରହଲ୍ଲାଦ ମୁଦୁଲି, ମଧୁସୂଦନ ରାଉତ, ସୋମ୍ୟରଞ୍ଜନ ନାୟକ, ବିଷ୍ଣୁପ୍ରସାଦ ସେଠୀ, ଧର୍ମାନନ୍ଦ ସେଠୀ, ବିଶ୍ୱରଞ୍ଜନ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ଲ ଧର୍ମାନନ୍ଦ ସେଠି ଙ୍କ ଖବର
