*ବ୍ଲକ ସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା :-୧୮/୦୧
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ରେ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ ତମ ବାର୍ଷିକୀ ପାଳନ ଅବସରରେ ଖଡ଼ିଆଳ ବ୍ଲକ ପ୍ରଶାସନ ତରଫରୁ ବ୍ଲକ ସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ମିଲନ ଝାଙ୍କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଯୋଗଦେଇ ବନ୍ଦେ ମାତରଂ କିପରି ଦେଶ ସ୍ଵାଧୀନତା ଆନ୍ଦୋଳନରେ ଲୋକଙ୍କ ମନରେ ପ୍ରେରଣା ଯୋଗାଇ ଆସୁଥିଲା ସେ ଉପରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ବେହେରା , ମାଲ୍ୟବନ୍ତ ସୁନା, ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂ, ବି ଇ ଓ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା , ବିଦ୍ୟାଳୟ ଛାତ୍ର ଛାତ୍ରୀ , ଅଙ୍ଗନୱାଡ଼ି କର୍ମୀ ମାନେ ଯୋଗଦେଇଥିଲେ| କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଦିଆଯାଇଥିଲା |
