ନିଖୋଜ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁଦେହ ଉଦ୍ଧାର
ଆନନ୍ଦପୁର ୧୮/୧(ଖିରୋଦ ପ୍ରସାଦ ଦାଶ )
ବିରିଡିହା ଗ୍ରାମର ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଥିବା ବେଳେ ରବିବାର ତାଙ୍କ ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି l ସୂଚନାରୁ ଜଣା ପଡିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଂଚାୟତ ବିରିଡିହା ଗ୍ରାମର ମିନତୀ ବେହେରା (୪୨) ଗୁରୁବାର ସକାଳ ୮/୩୦ ସମୟରେ ଘରେ ଥିବା ଶଶୁର କୁ ଚା କରିକି ପିଇବାକୁ ଦେଇ ନିକଟସ୍ଥ ଘଣ୍ଟିଆ ନାଳକୁ ଶୌଚ ହେବାପାଇଁ ଯାଇ ଘରକୁ ଫେରି ନଥିଲେ l ବୋହୂ ମିନତୀ ଫେରିବା ବିଳମ୍ବ ହେବାରୁ ଶଶୁର ଚେମଣ ବେହେରା (୭୦)ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ହେଲେ ସ୍ଥାନୀୟ ଲୋକ ଗ୍ରାମବାସୀ ବୋହୂ ଖୋଜା ଖୋଜି କରିଥିଲେ ଏବଂ ବନ୍ଧୁ ବାନ୍ଧବ ଲୋକଙ୍କୁ ଫୋନ କରି ପଚାରିଥିଲେ ସୁଦ୍ଧା ମିନତୀର ସନ୍ଧାନ ମିଳି ନଥିଲା l ପରିବାରରେ କେବଳ ଶଶୁର ବୋହୂ ରହିଥିବା ବେଳେ l ଶଳା ଭାଉଜର ନିଖୋଜ ଖବର ଶୁଣି ବେଲବାହାଳୀ ଡିହ ସାହି ଗ୍ରାମର ଜ୍ୱାଇଁ ଅଭିମନ୍ୟୁ ଦେହୁରୀ ଗୁରୁବାର ସନ୍ଧ୍ୟାରେ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ l ମିନତୀଙ୍କ ଖୋଜ ଖବର ମିଳିନଥିବା ବେଳେ ରବିବାର ବlରୁଆଁ ଜଙ୍ଗଲକୁ ସ୍ଥାନୀୟ ଲୋକେ ଯାଇଥିବା ବେଳେ ମହିଳାଙ୍କ ଝୁଲନ୍ତା ମୃତ୍ୟୁଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ପରିବାର ଲୋକେ ମହିଳାଙ୍କୁ ଚି଼ହ୍ନଟ କରି ଆନନ୍ଦପୁର ପୋଲିସ କୁ ଖବର ଦେଇଥିଲେ ଖବର ସଂଗ୍ରହ ବେଳକୁ ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଂଚି ନଥିଲେ l
