-ଅଭିବକ୍ତ କୋରାପୁଟ ଜିଲ୍ଲା ୟୁନାଇଟେଡ଼ ଠିକାଦାର ସଂଘର ବାର୍ଷିକ ସମ୍ମିଳନୀ କୋରାପୁଟ ଟାଉନ ହଲ ରେ ଅନୁଷ୍ଟିତ।
ତାରିଖ 18,1,2026
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଭିଭକ୍ତ କୋରାପୁଟ ଜିଲ୍ଲା ୟୁନାଇଟେଡ଼ ଠିକାଦାର ସଂଘର ବାର୍ଷିକ ସମ୍ମିଳନୀ ଓ ବଂଧୁ ମିଳନ କାର୍ଯ୍ୟକ୍ରମ ସଂଘର ସଭାପତି କାଳୀପ୍ରସାଦ ମିଶ୍ରଙ୍କ ଅଧକ୍ଷତାରେ କୋରାପୁଟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାରୁ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଠିକାଦାର ଭାଗ ନେଇଥିଲେ। ଏଥିରେ ଗତ ୩ ତାରିଖ ଦିନ ରାଜ୍ୟ ସରକାରଙ୍କ ୱାର୍କସ ଡିପାଟମେଂଟ ତରଫରୁ ଯେଉଁ ମେମୋରିଣ୍ଡମ ପ୍ରକାଶ କରାଯାଇଛି ତାହାକୁ ଦୃଢ଼ ବିରୋଧ କରାଯିବା ସହ ସେହି ନିୟମକୁ ପ୍ରତ୍ୟାହାର କରିବାକୁ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି। ସରକାରଙ୍କ ଏଭଳି ନିୟମ ଯୋଗୁଁ ଠିକାଦାର ମାନେ ବହୁଳ ଭାବେ କ୍ଷତିଗ୍ରସ୍ତ ହେବାସହ ରାଜ୍ୟରେ ଅତି ନିମ୍ନ ମାନର କାର୍ଯ୍ୟ ହେବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଏଥିସହ ଅଭିବକ୍ତ କୋରାପୁଟ ଜିଲ୍ଲାର ଠିକାଦାର ମାନେ କାର୍ଯ୍ୟସ୍ଥଳରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ତାହାର କିଭଳି ପ୍ରତିକାର କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ସଙ୍ଘ ଦ୍ୱାରା ଭୋଜି ଭାତର ଆୟଜନ କରାଯାଇ ପରସ୍ପରକୁ ୨୦୨୬ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ, ଟାକ୍ରୀ ଭଞ୍ଜ ଦୂତ ଖବର
