*ଖଡିଆଳ ଓକିଲ ସଂଘ ପକ୍ଷ ରୁ ଖଡିଆଳ ପ୍ରକ୍ଷାତ ଗବେଷକ ଡଃ. ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଶୋକ ସଭା ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୯.୦୧.
ନୂଆପଡ଼ା ଜିଲ୍ଲା ଖଡିଆଳ ଓକିଲ ସଂଘ ପକ୍ଷ ରୁ ଖଡିଆଳ ପ୍ରକ୍ଷାତ ଗବେଷକ ଡଃ. ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ ସଭାରେ ଓକିଲ ସଂଘ ସଭାପତି ଗୋବର୍ଦ୍ଧନ ସୁନା ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଆଇନଜିବୀମାନେ ଯୋଗ ଦେଇ ଜିତାମିତ୍ର ପ୍ରସାଦ ସିଂ ଦେଓ ଅଞ୍ଚଳ ର ଜଣେ ପ୍ରକୃତ ସାଧକ ହେବା ସହ ଇତିହାସ ଏବଂ ପତ୍ନତାତ୍ଵିକ ବିଷୟରେ ପାରଦର୍ଶିତା ହାସଲ କରିଥିଲେ। ତାଙ୍କ ଦ୍ବାରା ଲିଖିତ ୧୯ ଗୋଟି ପୁସ୍ତକ ଦେଶ, ରାଜ୍ୟ ଓ ବିଦେଶ ରେ ମଧ୍ୟରେ ପାଠ୍ୟପୁସ୍ତକ ରେ ବ୍ୟବହାର ହେଉଛି ବୋଲି ବକ୍ତାମାନେ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନନ୍ଦଲାଲ ପାଣ୍ଡେ, ମନ ମହାପାତ୍ର, ଅସିତ୍ କୁମାର ମହାପାତ୍ର, ଦିନେଶ ତିୱାରୀ, ଭବାନୀ ଶଙ୍କର ପାଢ଼ୀ,ପପୁ ଯୋଷୀ, କିଶୋର ବାଗ, ମହେନ୍ଦ୍ର ଦାଶ, ଦୁତୀ କୃଷ୍ଣ ବେହେରା, ପାଣ୍ଡବ କୁମାର, ଆଲୋକ ତିୱାରୀ ପ୍ରମୁଖ ଯୋଗ ଦେଇ ରାଜା ସାହେବ୍ ଙ୍କ ଖଡିଆଳ ମାଁ ମାଟି ପ୍ରତି ଅନେକ ଅବଦାନ ରହିଥିବା ପ୍ରକାଶ କରିଥିଲେ।
