*ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନେଇ ପ୍ରଶିକ୍ଷଣ ଶିବିର*
ନୂଆପଡା (ମିଖାଏଲ ନନ୍ଦ)
ତା:୦୯.୦୧.
ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ତଥା ପ୍ରାଧିକରଣର ସଦସ୍ୟ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁନୀଲ କୁମାର ଦାସ, ମୂଖ୍ଯ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାଶ, ସରକାରୀ ଓକିଲ ତଥା ପ୍ରାଧିକରଣର ସଦସ୍ୟ ତ୍ରୀଲୋକଚନ୍ଦ ସୋନୀ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ବରିଷ୍ଠ ଆଇନଜୀବୀ କୁମୁଦ କୁମାର ହୋତା, ପ୍ରାଧିକରଣର ସମ୍ମୁଖ କାର୍ଯ୍ଯାଳୟର ଅଧିବକ୍ତା ତଥା ଜିଲ୍ଲା ଅଧିବକ୍ତା ସଂଘର ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଓଡ଼ିଶା ଜୀବିକା ମିଶନ ଜିଲ୍ଲା ସଂଯୋଜକ ପ୍ରିୟଦର୍ଶିନୀ ଯୋଶୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅଧିକାର ମିତ୍ର ସମାଜ ପ୍ରତି କର୍ତ୍ତବ୍ଯ, ନିଷ୍ଠା ସହ କାର୍ଯ୍ୟ କରି ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭, ନାଗରୀକମାନଙ୍କ ର ମୌଳିକ ଅଧିକାର ପ୍ରତି କାମ ଆହ୍ବାନ।
