ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ
୦୯/୦୧/୨୦୨୬
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବାଲିକୁମା ଗ୍ରାମ ପଞ୍ଚାୟତ ଠାରେ ବିଶ୍ଵ ଯୁବ କେନ୍ଦ୍ର, ଅନୁଗୁଳ ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ଏକ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ଅତିଥି ଭାବେ ସରପଞ୍ଚ ରଘୁନାଥ ହେମ୍ବ୍ରମ, ଏଡିଓ ଦିଲେଶ୍ୱର୍ ବେହେରା , ଏମବିକେ ଝରଣା ସାହୁ ପ୍ରମୁଖ ସମ୍ବଳ ବ୍ୟକ୍ତି ଭାବେ ଯୋଗ ଦେଇଥିଲେ। ଉକ୍ତ ସଭାରେ ସମସ୍ତ ସିଆରପି , ଅଙ୍ଗୱାଡ଼ି କର୍ମୀ ଙ୍କ ସହ ସ୍ଥାନୀୟ ବାସିନ୍ଦା ଯୋଗଦାନ କରିଥିଲେ । ବିଶ୍ବ ଯୁବ କେନ୍ଦ୍ର ର ମନିଷା ସ୍ୱାଇଁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ,ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ ଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ , ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ , ସ୍ୱୟଂସହାୟକ ଗୋଷ୍ଠୀ ମାନଂକୁ ଦିଆଯାଉଥିବା ଋଣ ବ୍ୟବସ୍ଥା, ଆନ୍ତଜାତି ଶିଶୁ ମାନଙ୍କ ପାଇଁ ସ୍କୋଲାରସିପ, ରାସନ କାର୍ଡ, ପେନସନ ଯୋଜନା, ଆବାସ ଯୋଜନା ବିଷୟରେ ହିତାଧିକାରୀଙ୍କୁ ଅବଗତ କରା ଯାଇଥିଲା । ।ସରପଞ୍ଚ ଏବଂ ଏଡିଓ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନାକୁ ଅଞ୍ଚଳରେ ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ । କାଯ୍ୟକ୍ରମରେ ପୂର୍ଣ୍ଣିମା ସାହୁ , ସୁମିତ୍ରା ଦେହୁରୀ, ତପନ କୁମାର ପାତ୍ର , ସହଯୋଗ କରିଥିଲେ। ଧର୍ମାନନ୍ଦ ସେଠି ଙ୍କ ଖାବର
