ଖବର ପ୍ରସାରଣ ପରେ ଅଣ୍ଟା ଭିଡ଼ିଲା ପ୍ରଶାସନ।
ସିଙ୍ଗମିଲା ଗ୍ରାମର ଭାଙ୍ଗିଥିବା ପୋଲ ଓ ରାସ୍ତାର ହେବ ଶୀଘ୍ର ମରାମତି!
ବାଲିଗୁଡ଼ା :(ନି. ପ୍ର ) ଲଗାଣ ବର୍ଷାରେ ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଙ୍ଗମିଲା ଗ୍ରାମର ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଖବର ପ୍ରସାରଣ ପରେ ଏବେ ଅଣ୍ଟା ଭିଡ଼ିଛି ପ୍ରଶାସନ।ଗ୍ରାମର କ୍ଷତିଗ୍ରସ୍ତ ପୋଲ ଓ ରାସ୍ତାର ସ୍ଥିତି ଅନୁଧ୍ୟାନ ପାଇଁ ପ୍ରକଳ୍ପ ବିଶେଷଜ୍ଞ ଶ୍ରୀ ସୋମନାଥ ନନ୍ଦୀ ଏବଂ ବାଲିଗୁଡ଼ା ବିଡିଓ ଶ୍ରୀ ଅକ୍ଷୟ କୁମାର ମାଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତ। ଅଧିକାରୀମାନେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ କରାଯିବ ଏବଂ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଗ୍ରାମବାସୀଙ୍କୁ ଅଧିକାରୀମାନେ ଆଶ୍ୱାସନ ଦେଇଛନ୍ତି।
ଯେଉଁ ଖବର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲା, ସେହି ଖବର ପରେ ଏବେ ଆରମ୍ଭ ହେଉଛି ଅନୁଧ୍ୟାନ ଓ ପଦକ୍ଷେପ।
ଗ୍ରାମବାସୀଙ୍କ ସମସ୍ୟା ଉପରେ ଖବର ପ୍ରସାରଣ, ଘଟଣାସ୍ଥଳରେ ପ୍ରଶାସନ —
ସିଙ୍ଗମିଲା ପୋଲ ମରାମତି ନେଇ ମିଳିଲା ଆଶ୍ୱାସନ!
