*ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ*
କଟକ: ୨୮ /୧୨ :: ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ସିଂହ, ମୁଖ୍ୟବକ୍ତା ଶିକ୍ଷାବିତ ଶ୍ରୀଯୁକ୍ତ ଖାରବେଳ ମହାନ୍ତି ଏବଂ ସାମ୍ନାନୀତି ଅତିଥି ଭାବେ ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀଯୁକ୍ତ ବୀରକିଶୋର ପରିଡା ଯୋଗଦେଇଥିଲେ I ଅନୁଷ୍ଠାନର ଉପସଭାପତି ଶ୍ରୀଯୁକ୍ତ କିଶୋର କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ I ସଭାପତି ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ମହାପାତ୍ର ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ I ସମ୍ପାଦକ ରାକେଶ ଶତପଥି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ I ଏହି ଉତ୍ସବ ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ୱେବସାଇଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା ଏବଂ ଅନୁଷ୍ଠାନର ମୁଖପତ୍ର ‘ସମ୍ଭାବନା: ଆଜିର ଆସନ୍ତାକାଲିର’ ଉନ୍ମୋଚିତ ହୋଇଥିଲା I ନିମନ୍ତ୍ରିତ ଅତିଥିମାନଙ୍କର ଓଜସ୍ୱନି ଭାଷଣ ଖୁବ ପ୍ରେରଣାଦାୟୀ ଥିଲା I ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ସାମ୍ପ୍ରତିକ ସ୍ଥିତି ଓ ଗତି ଆଲୋଚନାଭୁକ୍ତ ଥିଲା I ଅନୁଷ୍ଠାନ ପକ୍ଷରୁ ହୋଇଥିବା ଆନ୍ତଃବିଦ୍ୟାଳୟ ସାଧାରଣଜ୍ଞାନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର, ପଦକ ପ୍ରଦାନକରାଯଇଥିଲା I ଏହି ଉତ୍ସବ ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ , ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ସଦସ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I ଏହି ବାର୍ଷିକ ଉତ୍ସବକୁ ବିମଳ ପ୍ରସାଦ ଜେନା , ରାମେଶ୍ୱରୀ ସାହୁ , ତନୁଶ୍ରୀ ବାରିକ, ଅନିଲ ଦାସ, ସ୍ୱାଧୀନ ବିଶ୍ୱାଳ, ସୀପନ ସ୍ୱାଇଁ, ରତିରଞ୍ଜନ ଶତପଥୀ, ଡଲି ଦାସ, ପିନାକୀ ସିଂହ, ଇକବଲ ହୁସେନ , ଜୟନ୍ତ ପ୍ରସାଦ , କ୍ଷୀରୋଦଚନ୍ଦ୍ର ସାହୁ , ମାଧବ ମାଲିକ , ପ୍ରଶାନ୍ତ କାନୁନଗୋ, ଅଜୟ କୁମାର ମହାନ୍ତି , ଦୀପକ ଗୁପ୍ତ ପ୍ରମୁଖ ପରିଚାଳନା କରିଥିଲେ I ପରିଶେଷରେ ଅନୁଷ୍ଠାନର ସହସଂପାଦକ ଡାକ୍ତର ଓଁକାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I
