*ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଉଦନ୍ତୀ ମହୋତ୍ସବ -୨୦୨୬ ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୯.୦୩.
ନୂଆପଡ଼ା ଜିଲ୍ଲା ଏକ କଳା ସାହିତ୍ୟ ସଂସ୍କୃତିର ମାଟି ଅଟେ। ଅନନ୍ୟା ଏହାର ପରମ୍ପରା। ଉଦନ୍ତୀ ନଦୀ ଏକ ଜଳ ପ୍ରବାହିତର ଏକ ପଥ ନୁହଁ,ଅଞ୍ଚଳର ଜୀବନ ରେଖା ଅଟେ। ଅନେକ ପାର୍ଶ୍ୱବର୍ତ୍ତୀ ଗ୍ରାମ ଆଜି ବି ଜୀବିତ ଅଟେ ତାର ଐତିହ ଓ ବୈଭବ କୁ ନେଇ। ଆଜି ସେହି ପ୍ରାଚୀନ ଐତିହ୍ୟ ଏବଂ ବୈଭବ କୁ ସ୍ମୃତି ଚା କରି ଉଜ୍ଜୀବିତ କରିବାର ଏକ ପ୍ରୟାସ ଉଦନ୍ତୀ ମହୋତ୍ସବ ୨୦୨୬। ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଏବଂ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ପୂର୍ବତ୍ତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ପ୍ରିୟ ରଂଜନ ମେହେର ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରତିଭା ପୂଜନ ସମାଜ ରେ ଏକ ଅନନ୍ୟା ପରମ୍ପରା ଅଟେ ତାହାକୁ ପାଳନ କରି ଅଞ୍ଚଳ ଯୁଗଜନ୍ମା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାଂସ୍କୃତିକ ସନ୍ଧ୍ୟା ରେ ଅନେକ ସମ୍ବଲପୁରୀ ନୃତ୍ୟ ରେ ଜନତା ବିଭୋର ହୋଇଥିଲେ
