ଭଞ୍ଜଦୂତ ସାପ୍ତାହିକ ସମ୍ବାଦପତ୍ରର ବାର୍ଷିକ ଉତ୍ସବ ଓ ଚିନ୍ତନମୂଳକ ଆଲୋଚନା
—–
ଭୁବନେଶ୍ୱର:
ଭଞ୍ଜଦୁତ୍ତ ସାପ୍ତାହିକ ସମ୍ବାଦପତ୍ରର ବାର୍ଷିକ ଉତ୍ସବ ଓ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ୍ ଆଲୋଚନା ଆଜି ଭୁବନେଶ୍ୱରସ୍ଥ ଗୀତ ଗୋବିନ୍ଦ ସଦନରେ ଭବ୍ୟ ଭାବେ ଆୟୋଜିତ ହୋଇଯାଇଛି।ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଡ଼ିଆ, ସିନେମା ଓ ସାଂସ୍କୃତିକ ଜଗତର ବହୁ ପ୍ରମୁଖ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ଉଦ୍ଘାଟନ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହ ଆରମ୍ଭ ହୋଇଥିଲା। ପରେ ଝିଲ୍ଲି ରାଣୀ ଓ ମିଲି ରାଣୀଙ୍କ ଭଜନ ପରିବେଷଣ ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ରୂପ ଦେଇଥିଲା।ଶିଶୁ କଳାକାର କାଶୀ ଙ୍କ କଣ୍ଠରେ ଭଞ୍ଜଦୂତ ପ୍ରତିଷ୍ଠାତା ସ୍ବର୍ଗତ ବିତନୁ କୁମାର ନାୟକ ଙ୍କୁ ଗୀତ ରେ ଶ୍ରଦ୍ଧାଞ୍ଜଳି ସମସ୍ତଙ୍କୁ ଚମକୃତ କରିଥିଲା.
ଭଞ୍ଜଦୁତ ସମ୍ବାଦପତ୍ରର ସମ୍ପାଦକ ଶ୍ରୀ ଅତନୁ କୁମାର ନାୟକ ତାଙ୍କ ସ୍ୱାଗତ ଭାଷଣରେ ଭଞ୍ଜଦୁତ ସାପ୍ତାହିକ ଖବର କାଗଜର ଦୃଷ୍ଟିକୋଣ, ଦାୟିତ୍ୱ ଓ ନିର୍ଭୀକ ସାମ୍ବାଦିକତାର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ।
ମୁଖ୍ୟ ଅତିଥି ଭାରତୀୟ ଜନତା ପାର୍ଟିର ଆଗଧାଡିର ନେତା ଶ୍ରୀ ଗୋଲକ ମହାପାତ୍ର ତାଙ୍କ ଉଦ୍ବୋଧନରେ ସମ୍ବାଦପତ୍ର, ଟେଲିଭିଜନ ଓ ଡିଜିଟାଲ୍ ମିଡ଼ିଆର ବଦଳୁଥିବା ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ପ୍ରଥମ ପ୍ୟାନେଲ୍ ଆଲୋଚନାର ବିଷୟ ଥିଲା—“ସମ୍ବାଦପତ୍ର – ଟେଲିଭିଜନ ନ୍ୟୁଜ୍ – ଡିଜିଟାଲ୍ ମିଡ଼ିଆ”-କାଲି-ଆଜି ଏଵଂ ଭବିଷ୍ୟତ। ଏହି ଆଲୋଚନାରେ ବରିଷ୍ଠ ସ୍ତମ୍ଭକାର, ଗୀତିକାର ଏଵଂ ସିନେ କାହାଣୀକାର ଡ. ବଦ୍ରୀ ମିଶ୍ର,ବରିଷ୍ଠ ଓକିଲ ଏଵଂ ନାସନାଲ ମିଡ଼ିଆ ଫାଉଣ୍ଡେସନ ରାଜ୍ୟ ସଭାପତି ରଶ୍ମି ରଞ୍ଜନ ଦାଶ ଓ ଭଞ୍ଜଦୁତର ବରିଷ୍ଠ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ସମସ୍ତ ପ୍ୟାନେଲିଷ୍ଟ ଓ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା।
ତଦପରେ ଭଞ୍ଜଦୁତ ମ୍ୟାଗାଜିନର ଔପଚାରିକ ଉଦ୍ଘାଟନ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଶ୍ରୀ ଅତନୁ କୁମାର ନାୟକଙ୍କ ପୁତ୍ର ସୁତନୁ କୁମାର ନାୟକ (କାଶୀ)ଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନୋରଞ୍ଜିତ କରିଥିଲା।
ଦ୍ୱିତୀୟ ପ୍ୟାନେଲ୍ ଆଲୋଚନାର ବିଷୟ ଥିଲା—“ଓଡ଼ିଆ ସିନେମା: କାଲି, ଆଜି ଓ କାଲି ”। ଏଥିରେ ପ୍ରଯୋଜକ ସଞ୍ଜୟ (ଟୁଟୁ) ନାୟକ, ପ୍ରଯୋଜକ -ଗୀତିକାର ସ୍ଥିତ ପଟ୍ଟନାୟକ ଓ ଚଳଚ୍ଚିତ୍ର କାହାଣୀକାର ଏଵଂ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଅଂଶ ଗ୍ରହଣ କରିଥିଲେ।
ଏହି ଆଲୋଚନା ଦୁଇଟିକୁ ସିନେମା କ୍ରିଏଟିଭ୍ ହେଡ୍ ଓ ବରିଷ୍ଠ ମିଡ଼ିଆ ବ୍ୟକ୍ତିତ୍ୱ ଶ୍ୟାମା ପ୍ରସାଦ ମିଶ୍ର ସଂଚାଳନ କରିଥିଲେ।ଭଞ୍ଜ ଦୂତ ର ସମସ୍ତ ଜିଲ୍ଲା ଓ ବ୍ଲକ ର ପ୍ରତିନିଧି ମାବେ ଯୋଗ ଦେଇଥିଲେ
ଏହି ଅବସରରେ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ଭଞ୍ଜଦୁତ ସମ୍ବାଦପତ୍ରର ମୁଖ୍ୟ ପରାମର୍ଶଦାତା ଭାବେ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା. ତତ ସହିତ ଭଞ୍ଜଦୂତ ପୃଷ୍ଠ ପୋଷକ ଓ ଚଳଚ୍ଚିତ୍ର ନିର୍ମାତା, ନୃତ୍ୟ ନିର୍ଦେଶକ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଭଞ୍ଜଦୁତ ସମ୍ବାଦପତ୍ରର ସମସ୍ତ ସାମ୍ବାଦିକ ଓ ଆମନ୍ତ୍ରିତ ଅତିଥିମାନଙ୍କୁ ସମ୍ମାନିତ କରାଯାଇ ରିପୋର୍ଟର ଆୱାର୍ଡ୍ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ସନାତନ ଦାଶ, ଅତନୁ କୁମାର ନାୟକ, ଜ୍ୟୋତିର୍ମୟୀ ଜେନା, ଜଗତ ଜ୍ୟୋତି ବିଶ୍ୱାଳ ଏବଂ ସୁଦୀପ୍ତ ମହାନ୍ତି.
