*ବିଜୁ ଜନତା ଦଳ ର ୨୯ ତମ ପ୍ରତିଷ୍ଠା ଦିବସ ପଳିତ୍*
ନୂଆପଡା (ମିଖାଏଲ ନନ୍ଦ)
ତା:୨୬.୧୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ଖଡିଆଳ କଲ୍ୟାଣ ମଣ୍ଡପ ୨ ଠାରେ ବିଜୁ ଜନତା ଦଳ ର ୨୯ ତମ ପ୍ରତିଷ୍ଠା ଦିବସ ପଳିତ୍ ହୋଇଯାଇଅଛି। ଏହି ପ୍ରତିଷ୍ଠା ଦିବସରେ ଖଡିଆଳ ବିଧାୟକ ଅଧିରାଯ ପାଣିଗ୍ରାହୀ ଯୋଗ ଦେଇ ଦଳୀୟ ସାଂଗଠାନିକ ମଜଭୁତ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ଓଡ଼ିଶା ର ବିଶାଲ ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ ଗଠିତ ହୋଇଥିବା ବେଳେ ଓଡ଼ିଶା ବାସୀଙ୍କ ପାଇଁ ଅନେକ ସଫଳ କାର୍ଯ୍ୟ କରିଅଛି। ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମଲ୍ୟବନ୍ତ ସୁନା, ତନୟା ଶବର, ସନ୍ତୋଷ ମିଶ୍ର ପ୍ରମୁଖ ମଞ୍ଚଶିନ ହୋଇଥିଲେ। ସଭା ରେ ବହୁ କର୍ମୀ, ନେତା ଏବଂ ସମର୍ଥକ ଯୋଗ ଦେଇ ଦଳକୁ ମଜବୁତ୍ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ।
