*ଯୋରନ୍ଦା ମହିମା ବାଳିକା ଉଚ୍ଚ ବିଦ୍ୟାଳୟ ରେ ପାଚିକା ଓ ସହାୟିକ କ୍ଲଷ୍ଟର ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି l ପରିଷ୍କାର ଓ ପରିଚ୍ଛର୍ଣ୍ଣ, ନିରାପଦ ରନ୍ଧନ ଓ ତାର ସୁରକ୍ଷଣ ପରିବେଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତର ମହିମା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ତା 03/08/26ରିଖ ସୋମବାର ଦିନ ମଧ୍ୟାହ୍ନ ଭୋଜନରେ ନିୟୋଜିତ ହୋଇଥିବା ପାଚିକା ଓ ସହାୟିକ ଏକ କ୍ଲଷ୍ଟର ସ୍ତରୀୟ ତାଲିମ ଶିବିର ଆୟୋଜିତ କରାଯାଇଥିଲା l ଏହି ଶିବିରରେ ବିଦ୍ୟାଳୟର ପ୍ରଧାନ ଶ୍ରୀକ୍ଷୟିତ୍ରୀ ଶ୍ରୀମତୀ ନମିତା ନାୟକଙ୍କ ସଭାପତିତ୍ୱରେ ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା l ଯୋରନ୍ଦା କ୍ଲଷ୍ଟରର CRCC ଶ୍ରୀମତୀ ବାସନ୍ତୀ ସାହୁ ପ୍ରଶିକ୍ଷକ ଭାବେ ତାଲିମ ଶିବିର ସଂଯୋଜନା କରିଥିଲେ I ପିଲାମାନଙ୍କ ନିମନ୍ତେ ରନ୍ଧା ଯାଇଥିବା ଖାଦ୍ୟ ଉତ୍ତମ ଗୁଣବତ୍ତା ସହିତ ରନ୍ଧନ ସ୍ଥାନ ଓ ଭୋଜନ କରୁଥିବା ସ୍ଥାନ ପରିଷ୍କାର ରଖିବା, ରନ୍ଧନ ସାମଗ୍ରୀ ତଥା ଭୋଜନ କରୁଥିବା ପାତ୍ରକୁ ପରିଷ୍କାର ପରିଚ୍ଛର୍ଣ୍ଣ ରଖିବା ଉପରେ ପାଚିକା ଓ ସହାୟୀକା ମାନଙ୍କୁ ତାଲିମ ବିଷୟରେ ଆଲୋକପାତ କରିଥିଲେ l ଏହି ଶିବିରରେ ଯୋରନ୍ଦା କ୍ଲଷ୍ଟର ଅଧିନରେ ଥିବା ସମସ୍ତ ବିଦ୍ୟାଳୟରୁ ପାଚିକା ଓ ସହାୟିକ ମାନେ ଭାଗନେଇଥିଲେ, ସେମାନଙ୍କୁ ତାଲିମ ସମ୍ପର୍କିତ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ମାନଙ୍କୁ ଆନୁଷ୍ଠାନିକ ଭାବରେ ଶ୍ରୀମତୀ ଗୀତାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିରେ l କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିବାରେ ଶ୍ରୀମତୀ ନମିତା ସେନାପତି, ଶ୍ରୀମତୀ ସ୍ବର୍ଣ୍ଣମୟୀ ମିଶ୍ର ଓ ଶ୍ରୀମତୀ ମନୀଷା ସାହୁ ଉକ୍ତ ତାଲିମ ଶିବିର ଟିକୁ ପୂର୍ଣ୍ଣ ସହଯୋଗ କରିଥିଲେ l
