ସୋର ଭିକାରୀ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତସ୍ଥ ଭିକାରୀ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କକମଳାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୋର ବ୍ଲକ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ଦାସ,ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ପଙ୍କଜ କୁମାର ଜେନା, ସମ୍ମାନିତ ଅତିଥି ଭାବେ ତେଣ୍ଟେଇ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ,ଅଜୟ କୁମାର ମଳିକ, ବସନ୍ତ କୁମାର ମଳିକ ଓ ସୁବାଷଚନ୍ଦ୍ର ପଲେଇ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ସୁବାସିନୀ ମୁଦୁଲି ଅତିଥି ପରିଚୟ ପ୍ରଦାନ, ଖଗେଶ୍ୱର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ ଓ ଭାଗ୍ୟଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ଜ୍ୟୋତିପ୍ରଭା ପଣ୍ଡା ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷକ ସନ୍ଦିପ କୁମାର ସାହୁ,ମାନସ କୁମାର ସନ୍ଦିବିଗ୍ରହ,କରିଶ୍ମା ରାଉତ,ଭାରତ ଗୌରବ ବେହେରା, ବବିତା ସିଂ ଓ ଗୌରାଙ୍ଗଚନ୍ଦ୍ର ବିଶ୍ୱାଳଙ୍କ ସମତେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
