ଅବକାରୀ ବିଭାଗର ଚଢ଼ାଉ, ଦେଶୀମଦ ଜବତ, ଦୁଇ ଗିରଫ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ଆଦର୍ଶ ଅବକାରୀ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ଏକ ଟିମ ସହ କେଦାରପୁର ପଞ୍ଚାୟତ ଘାସୁଆ ଗ୍ରାମରେ ଚଢ଼ାଉ କରି ମନୀଷା ମାଝୀ ନିକଟରୁ ୫୫ ଲିଟର ଦେଶୀମଦ ଏବଂ ଅଲ୍ଲିପୁର ଗ୍ରାମରେ ଚଢ଼ାଉ କରି ବନମାଳୀ ମହାକୁଡ଼ ନିକଟରୁ ୪୫ ଲିଟର ଦେଶୀମଦ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡିକାଲରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ବସନ୍ତ କୁମାର ବାରିକ, କନେଷ୍ଟବଳ ଶଶୀକାନ୍ତ ସାହୁ ଏବଂ ମିନତୀ ପରିଡା ପ୍ରମୁଖ ସାମିଲ ହୋଇଥିଲେ।
