ଗୁଡ୍ ଗଭର୍ଣ୍ଣର ସପ୍ତାହ ପାଳିତ। ପୁରୁଣା ଅଭିଯୋଗ ସମାଧାନ।
ରେଢ଼ାଖୋଲ ୨୩.୧୨(ଭଞ୍ଜ ଦୂତ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସଭାଗୃହ ଠାରେ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଗୁଡ଼୍ ଗଭର୍ଣ୍ଣର ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ରେଢ଼ାଖୋଲ ବିଡ଼ିଓ ରାଜେନ୍ଦ୍ର ନାରାୟଣ ସେନାପତି ଙ୍କ ସଭାପତିତ୍ବରେ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଗୁଡ଼ ଗଭର୍ଣ୍ଣର ସପ୍ତାହ ପାଳିତ ହେଉଅଛି। ଏହି କାର୍ଯ୍ୟକ୍ରମରେ ପ୍ରଶାସନ ଗାଁଓ କି ଓର୍ ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଥିରେ ଜନ ସାଧାରଣ ମାନଙ୍କୁ ସରକାରୀ ସେବା ଯୋଗାଇବା, ସ୍ବାସ୍ଥ୍ୟ, ଶିକ୍ଷା, ଜନଶୁଣାଣୀ ଏବଂ ସମାଜସେବା ପ୍ରମୁଖ କାର୍ଯ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ପୁରୁଣା ଜନ ଶୁଣାଣୀ ଅଭିଯୋଗ ଥିଲା ସେଗୁଡିକ ସମାଧାନ କରାଯିବ ସହିତ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ, ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନବାଡ଼ି କର୍ମୀ, ଏମବିକେ, ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା, ଅନ୍ୟ ବ୍ଲକ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
