*ରକ୍ତଦାନ ହିଁ ମହାଦାନ: ଖଡ଼ିଆଳ ମିଶନରେ ଅସହାୟ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସର୍ଜନ ବାରିକ*
ନୂଆପଡା(ମିଖାଏଲ ନନ୍ଦ) ତା:୨୦.୦୯.
ରକ୍ତଦାନ ମହାନ୍ ଦାନ। ରକ୍ତ ଯଦି ମନୁଷ୍ୟ ଛଡା ଅନ୍ୟ କୌଣସି ପ୍ରକ୍ରିୟା ରେ ମିଳେ ତେବେ ଏହାକୁ ମହାନ୍ ଦାନ ର ମାନ୍ୟତା ପାଇନଥନ୍ତା। ମନୁଷ୍ୟ ଦେହରେ ପ୍ରବାହିତ ରକ୍ତ କେବଳ ମନୁଷ୍ୟ ଠାରୁ ହିଁ ସଂଗୃହୀତ ହୋଇ ଅନ୍ୟକୁ ସହାୟତା କରିବାର ଏକ ପ୍ରକ୍ରିୟା ଅଟେ। ତେଣୁ ମନୁଷ୍ୟ ସମାଜ ଅନ୍ୟର ଆବଶ୍ୟକ ବେଳେ ସହାୟତା କରିବାକୁ ଆଗେଇ ଆସିଲେ ଏହାକୁ ଉପଯୁକ୍ତ ସହାୟତା ବୋଲି କହନ୍ତି।ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ରେ ଚିକିତ୍ସା ଧୀନ ରୋଗୀ କ୍ଷେତ୍ର ରାଉତ ଙ୍କୁ ବଲଧା ଗ୍ରାମର ଯୁବ ସ୍ୱେଚ୍ଛାେବୀ ସର୍ଜନ ବାରିକ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ତାଙ୍କ ର ଏହି ରକ୍ତ ଅନ୍ୟଙ୍କ ଜୀବନ ରକ୍ଷା କରିବାରେ ଉପଯୁକ୍ତ ସହାୟତା କରିବା ସହ ନିଜେ ମଧ୍ୟ ଅନ୍ୟକୁ ସହାୟତା କରିବାର ଉତ୍ସାହ ଜାଗ୍ରତ ହୋଇଥାଏ। ନିଜ ଅଞ୍ଚଳ ର ଯେକୌଣସି ବାଇକ୍ତିଙ୍କୁ ରକ୍ତଦାନ କରି ମହତ୍ ଦାନ କରିବାକୁ ସମସ୍ତ ନାଗରିକ ଙ୍କୁ ବିଶେଷ ଅନୁରୋଧ ଅଟେ। ଏହା ବଦଳରେ ଅନ୍ୟକୁ ସହାୟତା କରିବା ପାଇଁ ଆହ୍ୱାନ ମାତ୍ର ଅଟେ। ବୁଦ୍ଧି ଓ ବିବେକ ପାଇଁ ମନୁଷ୍ୟ ଜୀବ ଜଗତ ରେ ଶ୍ରେଷ୍ଠ ଜୀବ ହୋଇଥିବା ବେଳେ ମାନବ ସମାଜର ଆବଶ୍ୟକତା ରେ ସହଯୋଗ ହାତ ବଢ଼ାଇବା ସୁନିଶ୍ଚିତ ଅଟେ।
