*କୋମନା ଥାନା ହରିପୁର ଗ୍ରାମ ଠାରେ ୩୫୩ ଜାତୀୟ ରାଜପଥ ସଡ଼କ ଦୁର୍ଘଟଣା, କାର ଟି ଗଛରେ ପିଟି ହୋଇ ଦୁର୍ଘଟଣା, ଏହି ଦୁର୍ଘଟଣା ରେ ୩ ଜଣ ମୃତ୍ୟୁ, ୩ ଜଣ ଗୁରୁତର ଆହତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୧୨.
ନୂଆପଡ଼ା ଜିଲ୍ଲା କୋମନା ଥାନା ହରିପୁର ଗ୍ରାମ ଠାରେ ୩୫୩ ଜାତୀୟ ରାଜପଥ ସଡ଼କ ଦୁର୍ଘଟଣା,କାର ଟି ଗଛରେ ପିଟି ହୋଇ ଦୁର୍ଘଟଣା, ଏହି ଦୁର୍ଘଟଣା ରେ ୩ ଜଣ ମୃତ୍ୟୁ, ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଙ୍କୁ କୋମନା ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି। କୋମନା ଠାରେ ଏକ କାର ରେ ୬ ଜଣ ସାଙ୍ଗ ଏବଂ ସମ୍ପର୍କୀୟ ରାତ୍ରି ରେ ବାହାରିଥିଲେ। ମୁମ୍ବାଇ ରୁ ଆସିଥିବା ବନ୍ଧୁ ଙ୍କୁ ନେଇ ଯାଇଥିବା ବେଳେ ଜଣେ କୋମନା ନିବାସୀ ଆବ୍ରାହମ୍ ଅଲ୍ଲୀ, ମୁମ୍ବାଇ ରୁ ଆସିଥିବା ବେଳେ ମେହେଫୁଜ ଖାନ ଓ ଆଦନାମ ଅଲ୍ଲୀ, ଆହତ ଇସରାଦ ମହମ୍ମଦ, ପ୍ରଭାତ ସାହୁ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଛନ୍ତି। ଏହି ୬ ଜଣ ସାଙ୍ଗ କୋମନା ରୁ ଖଡିଆଳ ଅଞ୍ଚଳ ରେ ବୁଲି ଯାଇ ରାତ୍ର ୯ ଘଣ୍ଟା ରେ କୋମନା ଫେରୁଥିଲେ। ଫେରିବା ସମୟରେ ହରିପୁର ଠାରେ ଏକ ଗଛ ରେ ପିଟି ହୋଇଥିଲେ। କୋମନା ରେ ଡ଼ାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ମୁମ୍ବାଇରୁ ତାଙ୍କ ପରିବାର ଆସିବା ପରେ ଶବ କୁ ପରିବାର କୁ ହସ୍ତାନ୍ତର ହେବ
